ନବରଙ୍ଗପୁର ଜିଲ୍ଲାପାଳ ଐତିହାସିକ ପୋଡ଼ାଗଡ ପୀଠର ଉନ୍ନୟନ ମୂଳକ କାର୍ଯ୍ୟ କଲେ ପରିଦର୍ଶନ
ଉମରକୋଟ, ୩|୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍ ଭଣ୍ଡାରିଗୁଡା ଗ୍ରାମ ପଂଚାୟତ ଅଧିନ ପୋଡ଼ାଗଡକୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁ ଆଜି ସକାଳ ୭ ଘଣ୍ଟା ସମୟରେ ପୋଡ଼ାଗଡ଼ ପରିଦର୍ଶନରେ ପହଞ୍ଚିଥିଲେ l ପ୍ରଥମେ ପୋଡ଼ାଗଡ଼ ଆଦର୍ଶ ବନ ବିଦ୍ୟାଳୟ ,ସଂଗ୍ରହାଳୟ, ସୋମନାଥ ମନ୍ଦିର, ଭୈରବ ଓ ଚୌରିଆ ମନ୍ଦିର ପରିଦର୍ଶନ କରିଥିଲେ l ପୋଡ଼ାଗଡ ଐତିହାସିକ ପୀଠର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ ଓ ଭୈରବ ମନ୍ଦିରରେ ସୋଲାର ଲାଇଟ୍ ଲଗେଇବା କୁ ପ୍ରସ୍ତାବ ଦେଇଥିଲେ l ଭୈରବ ମନ୍ଦିର ନିକଟରେ ଥିବା ଜମି ଚାଷ କରୁଥିବା ଲୋକକୁ ଚାଷ କରିବାକୁ ମନା କରିଥିଲେ l ଜଙ୍ଗଲ ବଞ୍ଚାଇବାକୁ ପରାମର୍ଶ ଦେଇଥିଲେ l ତାଙ୍କ ସହିତ ଉମରକୋଟ ତହସିଲଦାର ,ବିଡ଼ିଓ ଉମରକୋଟ ଆର ଆଇ ବଦଭରଣ୍ଡି,ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶ୍ଵିନୀ ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ଭି ଅର୍ ପି ପାତ୍ର ,ପି ଓ ଭଣ୍ଡାରିଗୁଡ଼ା, ଜି ଆର ଏସ ଙ୍କ ସମେତ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତରା, ମୁଖ୍ୟ ଉପଦେଷ୍ଟା ଗବେଷକ ଡଃ କୈଳାଶ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କୁ ଓ ସମସ୍ତ ଅଧିକାରୀଙ୍କୁ ସଂଗ୍ରହାଳୟ ବୁଲାଇ ପୋଡ଼ାଗଡ଼ର ଇତିହାସ ସମ୍ପର୍କରେ ବୁଝାଇଥିଲେ lଏହା ନଳ ବଂଶ୍ ର ରାଜଧାନୀ ପୂଷ୍କରି ଥିଲାବୋଲି ବୁଝାଇଥିଲେ କଡି ବିଶ୍ଵ ବିଦ୍ୟାଳୟ ତାଙ୍କର ଗବେଷଣା ସନ୍ଦର୍ଭକୁ ମାନ୍ୟତା ଦେଇଛନ୍ତି ଓ ଡଃ ବେହେରା କିଭଳି ମାଡ୍ରାସ ଗେଜେଟିଆର୍ , ବସ୍ତର ଗେଜେଟିଆର ଓ କୋରାପୁଟ ଗେଜେଟିଆରରୁ ତଥ୍ୟ ସଂଗ୍ରହ କରି ଏହାକୁ ଉପସ୍ଥାପନା କରି ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ lଜିଲ୍ଲାପାଳ ଭୈରବ ଠାକୁର ଶିବଙ୍କର ଭୈରବ ରୂପ କହିଥିବା ବେଳେ ଡଃ ବେହେରା ଏହାକୁ ବିଷ୍ଣୁ ଙ୍କ ଭୈରବ ରୂପ ବର୍ଣ୍ଣନା କରିଥିଲେ l ବାର ଭାଇ ଭୈରବ, ନୃସିଂହ ଭୈରବ, ବଟୁକ୍ ଭୈରବ, ଖଙ୍ଗାର ଭୈରବ ,ସଂହାର ଭୈରବ, ଉଲଟ ଭୈରବ, ପୂଳଟ ଭୈରବ ପୁରାଣରେ ବର୍ଣ୍ଣିତ ବିଷୟରେ ବୁଝାଇଥିଲେ lନୃସିଂହ ଭୈରବ ରୂପରେ ହିରଣ୍ୟ କଶ୍ୟପକୁ ବଦ୍ଧ କରିଥିଲେ l ଡଃ ବେହେରା ପ୍ରାଞ୍ଜଳ ଭାବେ ଏହି ବିଷୟ ବୁଝାଇବା ପରେ ଜିଲ୍ଲାପାଳ ଜାଣି ପାରିଥିଲେ ଐତିହାସିକ ପୋଡ଼ାଗଡ ପିଠର ଇତିହାସ ଏକ ପୌରାଣିକ ଓ ପ୍ରାଚୀନ ଇତିହାସ ବୋଲି l