Hot Posts

6/recent/ticker-posts

ସାମ୍ବିଧାନିକ ଆଧିକାର ଶିକ୍ଷା କର୍ମଶାଳା ଅନୁଷ୍ଠିତ

କୋରାପୁଟ, ୧୭/୧୦ ( ସୁରେନ୍ଦ୍ର ଖୋସଲା ) : ଗତକାଲି ତା 16/10/25 ରେ ଭାରତର ସମ୍ବିଧାନ ରେ ଥିବା ମୌଳିକ ଅଧିକାର ତଥା ପ୍ରତ୍ୟେକ ଅଧିକାର ବିଷୟରେ ପ୍ରତ୍ୟେକ ନାଗରିକ ଏବଂ ଜନଗଣ ଜାଣିବା ଏବଂ କାର୍ଯ୍ୟକାରୀ କରିବା ର ଆବଶ୍ୟକତା ରହିଛି ବୋଲି ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା ଉଦଘାଟନ କରି ଆଇ ଏଚ ଆର ଇ ଓଡିଶା ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି l କୋରାପୁଟ ଟାଉନ ହଲ ଠାରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ନାୟକ ପ୍ରଶିକ୍ଷଣ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ତଥା ଶିଶୁ ମାନଙ୍କୁ ନିଜ ନିଜର ଅଧିକାର ଜାଣିବା ଓ ଶିକ୍ଷାଦେବା ନିମନ୍ତେ କୋରାପୁଟ ଜିଲ୍ଲାର ଶତାଧିକ ହଷ୍ଟେଲ ମାଟ୍ରାନ ଙ୍କ ପାଇଁ ଏହି କର୍ମଶାଳା ଅକ୍ଟୋବର 16 ଏବଂ 17 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି l ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ର ସୁରକ୍ଷା, ଶିକ୍ଷା ଅଧିକାର, ନିର୍ଯାତନା ବନ୍ଦ କରିବା ବାଲ୍ୟ ବିବାହ ବନ୍ଦ କରିବା, ଅନ୍ଧ ବିଶ୍ୱାସ ସମାଜରୁ ଦୂର କରିବା, ଶିଶୁ ମାନଙ୍କୁ ଶ୍ରମିକ ଭାବରେ ନିୟୋଜିତ ନ କରିବା ଇତ୍ୟାଦି ବିଷୟରେ ଶିକ୍ଷା ଦେଇଥିଲେ ଅଭିଜ୍ଞ ପ୍ରଶିକ୍ଷକ ଶ୍ରୀ ଗୌରାଙ୍ଗ ମହାପାତ୍ର ଏବଂ ସାମ୍ବିଧାନିକ ଅଧିକାର ଶିକ୍ଷା ପାଠ୍ୟପୁସ୍ତକ ବିଷୟରେ ବିଭିନ୍ନ କୌଶଳ ଗତ ଶିକ୍ଷା ଦେଇଥିଲେ ଶ୍ରୀମତୀ ଗାୟତ୍ରୀ ମିଶ୍ର l କାର୍ଯ୍ୟକ୍ରମ ରେ ସଭାତିତ୍ୱ କରିଥିଲେ ଶ୍ରୀ ପ୍ରଦୀପ ଖୋସଲା ଏବଂ ପରିଚାଳନା କରିଥିଲେ ଶ୍ରୀ ଜି ଗୌରୀଶଙ୍କର l


 କୋରାପୁଟରୁ ସୁରେନ୍ଦ୍ର ଖୋସଲା ଙ୍କ ରିପୋର୍ଟ
ନବଦୂତ ନିଉଜ୍ ଓଡ଼ିଶା ।