ଘରୋଇ କଳି କୁ ନେଇ ଆକ୍ରମଣ,ଜଣେ ଗିରଫ
ବରୀ, ୧୬ / ୧୦ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ମାଟିଆପଡା ଗ୍ରାମର ବଡ଼ ଭାଇ ମନୋରଞ୍ଜନ କର ଓ ସାନ ଭାଇ ଜ୍ଞାନରଞ୍ଜନ କର ଙ୍କ ମଧ୍ୟରେ ଘରୋଇ କଳି କୁ ନେଇ ତିକ୍ତତା ଲାଗି ରହିଥିଲା।ଗତ ୦୫/୧୦/୨୦୨୫ରିଖ ବଡ଼ ଭାଇ ମନୋରଞ୍ଜନ ଓ ପତ୍ନୀ ମମତା ମିଶି ସାନ ଭାଇ ଜ୍ଞାନ ରଂଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଜ୍ଞାନ ରଞ୍ଜନ ଗୁରୁତର ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ବରୀ ରାମଚନ୍ଦ୍ରପୁର ଥାନାରେ ଜ୍ଞାନ ରଞ୍ଜନ ଙ୍କ ପତ୍ନୀ ସ୍ଵର୍ଣପ୍ରଭା କର ଗତ ୦୫/୧୦/୨୦୨୫ରିଖରେ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଲିଖିତ ଅଭିଯୋଗ କୁ ଭିତ୍ତି କରି ବରୀ ପୋଲିସ ୪୦୨/୨୦୨୫ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମନୋରଞ୍ଜନ କର ଙ୍କୁ ଗିରଫ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି। ।ସୂଚନାଯୋଗ୍ୟ ଶ୍ରୀମତୀ କର ଙ୍କ ଅଭିଯୋଗ ପରେ ବରୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ