Hot Posts

6/recent/ticker-posts

ତୁରୁଞ୍ଜି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ତଥା ସୁରଭୀ 2025 କାର୍ଯ୍ୟକ୍ରମ ଅନୁଷ୍ଠିତ

ଝରିଗାଁ, ୧୬/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ତୁରୁଞ୍ଜି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭୀ 2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବକଡ଼ାବେଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶୋଭା ଚନ୍ଦ୍ର ପାଣ୍ଡେ ଙ୍କ ତତ୍ତ୍ବାବଧାନରେ ଏବଂ ତୁରୁଞ୍ଜି ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କେଶବ ଛତ୍ର ମଞ୍ଚ ପରିଚାଳନା କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଝରିଗାଁ ନିର୍ବାଚନ ମଣ୍ଡଳିର ବ୍ଳକ ଉପାଧ୍ୟକ୍ଷା ମନଦି ଭତ୍ରା ଯୋଗ ଦେଇଥିବା ବେଳେ ମଞ୍ଚାସିନ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ରଇବାରୁ ଭତ୍ରା, ସମାଜସେବୀ ସନ୍ତୋଷ ବିଷୋୟୀ,ବକଡାବେଡା ସରପଞ୍ଚ ଚୈତୁ ଭତ୍ରା, ଚମ୍ପା ଲାଲ ପନକା,ଉଷାରାଣୀ ହାଥି,ଇଶ୍ୱର ଭତ୍ରା, ପ୍ରମୂଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାରାମ ସୁନାନୀ,ମନୋବଧ କେଉଟ, ବସନ୍ତ କୁମାର ସାହୁ, ପ୍ରଣତି ଉପାଧ୍ୟାୟ, ପ୍ରମୂଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସୁପରିଚାଳନା କରିଥିଲେ । ବକଡାବେଡା ଅଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୧ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଙ୍କ ସହ ଗାଇଡ ଶିକ୍ଷକ ଓ ପ୍ରଧାନଶିକ୍ଷକ ଅଭିବାକମାନ ରହି ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଅତିଥି ମାନଙ୍କ ହସ୍ତରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରିଶେଷରେ ଅଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ।