ତେରେସିଂହା ରେ ମହିଷାମର୍ଦ୍ଦିନୀ ମଞ୍ଚସ୍ଥ
କର୍ଲାମୁଣ୍ଡା, ୧୫/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାମଲୀଳା ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ ଭାଇ ଜିଉଁତିଆ ଉପଲକ୍ଷେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଙ୍ଗଳବାର ରାତ୍ରି ରେ ମଞ୍ଚସ୍ଥ ହୋଇଥିଲା I ଅନୁଷ୍ଠାନର କଳାକାର ଯୁଗଳ କିଶୋର ନାଏକଙ୍କ ନିର୍ଦ୍ଦେଶନାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା I ଗୀତିନାଟ୍ୟର ବିଭିନ୍ନ ଭୂମିକାରେ ଅନୁଷ୍ଠାନ କଳାକାର ଅଭିନୟ କରିଥିଲେ I ଅନୁଷ୍ଠାନର ସଭାପତି ମଙ୍ଗଳ ମାଝୀ ଓ ସମ୍ପାଦକ ଗୁଣସାଗର ପଧାନ ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I