ବରୀ ରେ ୭ମ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ବରୀ, ୨୮/୧୦ ( ରଂଜିତ ମହାନ୍ତି ) : ପ୍ରଜ୍ଞାନ ମିଶନ ଦ୍ବାରା ୭ମ ଓଡ଼ିଶା ଗୀତା ଆବୃତ୍ତି ପ୍ରତିଯୋଗିତା ବରୀ ବ୍ଲକ ଅନ୍ତର୍ଗତ ଅଲିପୁର ସ୍ଥିତ ଭାରତୀୟ ବିଦ୍ୟା ନିକେତନ ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମଦ୍ ଭଗବତ ଗୀତା କୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାତ୍ର ,ଛାତ୍ରୀ ମାନଙ୍କୁ ନେଇ ବ୍ଲକ୍ ସ୍ତରୀୟ, ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ଗୀତା ପ୍ରତିଭା ଅନ୍ଵେଷଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ ଦ୍ଵାରା ପ୍ରତି ବର୍ଷ ପ୍ରତିଯୋଗିତା କରାଯାଇ ଗୀତା ପ୍ରତିଭା ଅନ୍ଵେଷଣ କରାଯାଇଥାଏ । ଏ ବର୍ଷ ବରୀ ବ୍ଲକ ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ ୭ମ ଓଡ଼ିଶା ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ "ଓଁକାର" ଧ୍ଵନି ମାଧ୍ୟମରେ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ସମ୍ମାନୀୟ ଅତିଥି ଭାବେ ଶିକ୍ଷୟତ୍ରୀ ବନ୍ଦନା ପଣ୍ଡା କ୍ରିୟା ଯୋଗ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଶିକ୍ଷୟତ୍ରୀ କଲ୍ପନା ଦାଶ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରା କେଉଁ ଭଳି ଭାବେ ବୈଦିକ ରୀତି ନୀତି ଅନୁସାରେ ସମାଜକୁ ଶୃଙ୍ଖଳା ପ୍ରଦାନ କରିଥାଏ ସେ ବିଷୟରେ ଆଲେଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଡଃ ତ୍ରିପାଠୀ ଗୀତା ଜ୍ଞାନ କେଉଁ ଭଳି ଭାବରେ ଜଣେ ସାଧାରଣ ବ୍ୟକ୍ତି ବିଶେଷ କୁ ଅସାଧାରଣ ବ୍ୟକ୍ତିତ୍ଵ ରେ ପରିପ୍ରକାଶ କରିପାରେ ସେ ବିଷୟରେ ଆଲୋକପାତ କରିବା ସହିତ ରାମକୃଷ୍ଣ ପରମହଂସ,ବିବେକାନନ୍ଦ,ପ୍ରଜ୍ଞାନନ୍ଦଜୀ,ବାବା ବଳିଆ, ବାବା ସତ୍ୟାନନ୍ଦ ଦାସ ଜୀ ମହାରାଜ,ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ,କୁନି ପ୍ରବଚକ ବ୍ୟକ୍ତିତ୍ଵ ବିଷୟରେ ବର୍ଣ୍ଣନା କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଗୀତା ସେବୀ ହେବା ପାଇଁ ଆହ୍ବାନ ଦେଇଥିଲେ।ଏହି ପ୍ରତିଯୋଗିତା ରେ (କ)ବିଭାଗରେ - ଦିବ୍ୟାଂଶି ପତି, ଶୁଭଶ୍ରୀ ଘଡ଼ାଇ, ପୁନମ୍ ପଢ଼ିହାରୀ ଯଥା କ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ହୋଇଥିଲେ। (ଖ) ବିଭାଗରେ - ଦିବ୍ୟାଂଶୁ ଦେବପ୍ରସାଦ ପଣ୍ଡା,ଆଦ୍ୟାଶା ଦାସ, ଯଥା କ୍ରମେ ପ୍ରଥମ ଦ୍ଵିତୀୟ ହୋଇଥିବା ବେଳେ ଯୁଗ୍ମ ଭାବେ ଲିପ୍ସିକା ବେହେରା ଏବଂ ଯାଜ୍ଞସେନୀ ବାରିକ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ। (ଗ) ବିଭାଗ ରେ ସୁଲଗ୍ନା ପଣ୍ଡା,ସୋହମ୍ ଦାସ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ହୋଇଥିବା ବେଳେ ଯୁଗ୍ମ ଭାବେ ଶ୍ରାବଣୀ ଓଝା, ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରଜ୍ଞାନ ମିଶନ ର ବରୀ ମଣ୍ଡଳ ସଂଯୋଜକ ଅମରେଶ ମିଶ୍ର,ପଣ୍ଡିତ ଦାଶରଥି ପଣ୍ଡା,ପାର୍ବତୀ ପତି,ବିବେକାନନ୍ଦ ନାଥ, ବିନାୟକ ପତି ପ୍ରଭୃତି ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ନିର୍ମଳ ପଣ୍ଡା, ସଂଗ୍ରାମ ଓଝା, ଆନନ୍ଦ ଶଙ୍କର ଜେନା, ଜଗନ୍ନାଥ ବାରିକ୍, ଦଶରଥ ପଣ୍ଡା, ସାଗରିକା ପାଣି ପ୍ରଭୃତି ଯୋଗ ଦେଇଥିଲେ। ଭାରତୀୟ ବିଦ୍ୟା ନିକେତନ ର ସମସ୍ତ ଗୁରୁଜୀ,ଗୁରୂମା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ଶାନ୍ତିପାଠ ମାଧ୍ୟମରେ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ