Hot Posts

6/recent/ticker-posts

ଜୁନାପାଣି କ୍ଲଷ୍ଟର କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ, ୧୭/୧୦ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି କ୍ଲଷ୍ଟର କୋଇଲାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ସମ୍ମାନୀୟ ଅତିଥି ସରପଞ୍ଚ ଶ୍ରୀମତୀ ଚନ୍ଦ୍ରୀ ଭତରା ଶୁଭ ଉଦଘାଟନ କରିଥିଲେ। ଏହାପରେ ଶିଳ୍ପ କଳା,ଚିତ୍ରକଳା, ବକ୍ରୁତା, ସଙ୍ଗୀତ, ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା ପରିଶେଷରେ ଜୁନାପାଣି କ୍ଲଷ୍ଟର କୋଇଲାରୀ ,ରାବଣାଗୁଡା , ମାଳି ଗୁଡା, ଝାଲିଆ ଗୁଡା , ବଡକୋଇଲାରୀ , ସରାଗୁଡା ଏବଂ ଜୁନାପାଣି ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟ ପରିବେଷଣ ରେ କୋଇଲାରୀ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସରପଞ୍ଚ ଚନ୍ଦ୍ରୀଭତ୍ରା ମୁଖ୍ୟ ବକ୍ତା ABEO ଶ୍ରୀ ଯୁକ୍ତ ସନ୍ତୋଷ କୁମାର ସାହୁ ସାର୍ ,CRCC ଶ୍ରୀମତୀଗିରିଷ୍ ବାଲା ଜେନା , ସଭାପତିତ୍ବ ଶ୍ରୀମତୀ ନିଳା ମାଝୀ ଏବଂ ଆମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ଯୁକ୍ତ ବିକାଶ ରଞ୍ଜନ ନିଶଙ୍ଖ ଓ ଶ୍ରୀ ଯୁକ୍ତ ବିଶେଷ କୁମାର ତ୍ରିପାଠୀ ଏବଂ ଅଜିତ କୁମାର ବେହେରା ଏବଂ ରମାକାନ୍ତ ସାହୁ, ଭକଚାନ୍ଦ ମାଝୀ, ପୁଷ୍ପଲତା ସାମଲ,ଶର୍ମିଲା ଜେନା ଗୋବିନ୍ଦ ଭତ୍ରା, ତୃପ୍ତିମୟୀ, ପ୍ରାଚୀପରିତା, ଶିକ୍ଷକ ଶିକ୍ଷୟିତ୍ରୀମାନେ ସୁରଭି କାର୍ଯ୍ୟକ୍ରମ କୁ ସହଯୋଗ କରିଥଲେ