ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ବିଧାୟିକା ମନୋରମା ମହାନ୍ତି
କର୍ଲାମୁଣ୍ଡା, ୦୮/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ଗତ ସୋମବାର ଠାରୁ ହେଉଥିବା ମାଁ ଗଜଲକ୍ଷ୍ମୀ ପୂଜା ମଙ୍ଗଳବାର ୨ୟ ଦିବସରେ ପହଞ୍ଚିଥିଲା I ପୂଜାକର୍ତ୍ତା ଦାୟିତ୍ୱରେ କମିଟୀ ସଦସ୍ୟ ଚିନ୍ତାମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ନିରୁପମା ସାହୁ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି I ପୂଜା କାର୍ଯ୍ୟରେ କମିଟିର ସଦସ୍ୟ ମୋତିଲାଲ ସାହୁ, ଜଗଦିଶ ରଣା, ନାରାୟଣ ସରାଫ, ଅଞ୍ଜନ ଗହୀର, ନୀଳକଣ୍ଠ ଭୋଇ, ହୃଷିକେଶ ରଣା ପ୍ରମୁଖ ସହଯୋଗ କରୁଛନ୍ତି I ଏହି ଅବସରରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଶ୍ରୀମତୀ ମନ୍ଦିରା ନାଏକଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ରହି ମାଁ ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ I ୨ୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଁ ଠାକୁରାଣୀ ନାଟ୍ୟକଳା ଅନୁଷ୍ଠାନ (ପିପଲପଡ଼ା) ମିର୍ଜାପୁର ଦ୍ୱାରା କାଳ୍ପନିକ ନାଟକ 'ଲୁହରେ ଲେଖା ମୋ କପାଳ ରେଖା' ମଞ୍ଚସ୍ଥ ହୋଇଥିଲା I ନାଟକ ଦେଖିବାକୁ ଆଖପାଖ ଅଂଚଳର ଶହଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ମାଁ ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା(ଠାକୁର), ଉପ-ସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣା, ଯୁଗଳ କିଶୋର ନାଏକ, ଚତୃଭୁଜ ରଣା, ବୁଲୁ ରଣା, କ୍ଷେତ୍ରମଣି ରଣା, ବସନ୍ତ କୁମାର ସାହୁ, ଅଜୟ କୁମାର ରଣା, ରଶ୍ମିରଂଜନ ରଣା, ସମ୍ପଦ ରଣା, ନୃପରାଜ ରଣା, ଅମିତ ରଣା, ତପୋବନ୍ତ ଗହୀର, ବୈଦ୍ୟରାଜ ରଣା, ଚୂଡ଼ାମଣି ରଣା, ନିର୍ମଳ ରଣା, ସୌରଭ ରଣା, ତପନ ରଣା, ନବଦୂତ ପ୍ରତିନିଧି ସୁଶାନ୍ତ ରଣାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି I