Hot Posts

6/recent/ticker-posts

ସାନ କାଉଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର, ୧୭ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ରଣ୍ଡାପାଲି କେନ୍ଦ୍ର ର ସାନ କାଉଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଶ୍ରୀ ଭାଗିରଥି ବାରିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରଣ୍ଡାପାଲି ଙ୍କ ଆହ୍ବାନ କ୍ରମେ ରଣ୍ଡାପାଲି ଗୋଷ୍ଠୀ ସାଧନ କେନ୍ଦ୍ର ର ୧୯ ଗୋଟି ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଉକ୍ତ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ବିଭିନ୍ନ ପ୍ରତି ଯୋଗିତା ରେ ଭାଗ ନେଇଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ସମନାଥ ଗାଦବା, ସର୍ବେଶ୍ଵର ପଟନାୟକ, ଶ୍ରୀ ମହେଶ୍ୱର ମୀଶ୍ର, ଶ୍ରୀ କିରଣ ମହାରଣା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ. କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ,



କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ୟୁଜ