Hot Posts

6/recent/ticker-posts

ସେବା ଜଗତ ତରଫରୁ ଜଙ୍ଗଲ ଅଧିକାର ଆଇନ କ୍ଳଷ୍ଟର ସ୍ତରୀୟ ବୈଠକ

କର୍ଲାମୁଣ୍ଡା, ୧୬/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସବୀ ଅନୁଷ୍ଠାନ ସେବା ଜଗତ ଓ ଫୋଗୋ ର ମିଳିତ ସହଯୋଗରେ ଜଙ୍ଗଲ ଅଧିକାର ଆଇନ୍ ଓ ଗୋଷ୍ଟୀ ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ ପଞ୍ଚାୟତ କ୍ଲଷ୍ଟର ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ନର୍ଲା ତହସିଲ ସେଲ ସଂଯୋଜିକା କରିଶ୍ମା ଦେବୀ, ଟଙ୍କଧର ବଗର୍ତ୍ତି, ଅମିତ୍ କୁମାର ସାହୁ ଓ ନର୍ଲା ପଞ୍ଚାୟତ ସମେତ ଟକର୍ଲା, ଘୋଡବନ୍ଧ, ଗିଗିନା, ପଲମ, ରୁପ୍ରା ଓ ବାଳସିଙ୍ଗା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମର ପ୍ରାୟ ୫୦ ଜଣ ଜଙ୍ଗଲ ଅଧିକାର କମିଟି ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ରେ ଅମିତ୍ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଟଙ୍କଧର ଭୋଇ ଜଙ୍ଗଲ ଅଧିକାର ଆଇନ ଓ ଗୋଷ୍ଟୀ ଜଙ୍ଗଲ ପରିଚାଳନା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ I