ଜଗଦିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୧୮/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ରେଗେଡା ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର ଆନୁକୁଲ୍ୟରେ ଜଗଦିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଗେଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ମାନ କରାଯାଇଥିଲା I କ୍ଲଷ୍ଟର ସ୍ତରୀୟ ୧୨ ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ କୃତକାର୍ଯ୍ୟ ହୋଇଥିଲେ I ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗେଡାର ପ୍ରଧାନ ଶିକ୍ଷକ ସୈଳେନ୍ଦ୍ର କୁମାର ନାୟକ, କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ, ରେଗେଡା ସିଆରସିସି ପ୍ରଭାବ ରଞ୍ଜନ ବନଛୋର, ଯୋରାଡୋବରା ସିଆରସିସି ଯୁଗଳ ନାଗ ଉପସ୍ଥିତ ଥିଲେ I ପରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଗେଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପ୍ତିରାଣି ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିୟ ଅତିଥି ଜଗଦିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଗେଡା ଏସଏମସି ଅଧ୍ୟକ୍ଷ ସେନାପତି ବଗର୍ତ୍ତି ସମେତ କ୍ଲଷ୍ଟର ସ୍ତରୀୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ I ଏଥିରେ ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରସାଗର ସାହୁ ସଭାପତିତ୍ୱ କରିଥିବା ବେଳେ ଜିତେନ୍ଦ୍ର ପଣ୍ଡା ଓ ସୁମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ I ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I