ପୌର ସ୍ୱଚ୍ଛ କର୍ମଚାରୀ ଦେଲେ ଧାରଣା।ପୌର ପ୍ ଏଲ ଆଣ୍ଡ କେ ଠିକା ସଂସ୍ଥା କର୍ମଚାରୀଙ୍କୁ ଦେଇନାହିଁ ଦରମା। ଜୟପୁର ସହରରେ ଉଠିନାହିଁ ଆବର୍ଜନା।
ଜୟପୁର, ୧୭।୧୦ ( ଏ. ଭେଙ୍କଟ ରାଓ ) :ଐତିହାସିକ ସହର ଜୟପୁରରେ ପରିମଳ ବ୍ୟବସ୍ଥାରେ ସୁଧାର ହେବା ନାନେଉ ନାହିଁ । କେନ୍ଦ୍ର ସରକାରଙ୍କ ସ୍ବଚ୍ଚ ଭାରତ ମିଶନ ସହରରେ ସଠିକ କାର୍ଯ୍ୟକାରୀ ହେଉନି। ଜୟପୁର ପୌରାଞ୍ଚଳର ସ୍ଵଚ୍ଛ ପରିମଳ ବ୍ୟବସ୍ଥାକୁ ଭୁବନେଶ୍ଵରର ଏଲ ଆଣ୍ଡ କେ ସର୍ଭିସ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା ହାତରେ ଟେକି ଦେବାରୁ ଠିକାଦାର ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣ ଅଭିଯୋଗ ହେଇଛି। ନିୟମ ଏବଂ ଚୁକ୍ତି ଅନୁଯାଇ ଠିକା ସଂସ୍ଥା ପୌରରୁ ପ୍ରାପ୍ୟ ପାଇଲେ ମଧ୍ୟ ନିଜସ୍ଵ ପାଣ୍ଠିରୁ କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସରେ ଦରମା ଦେବାକୁ ବାଧ୍ୟ ଏଣୁ ଠିକା ଟେଣ୍ଡରରେ ବାର୍ଷିକ ୩୦୦ କୋଟି ଟଙ୍କାର କାରବାର କରୁଥିବା ସଂସ୍ଥା ହିଁ ଟେଣ୍ଡରରେ ଭାଗ ନେଇ ପାରିବେ ବୋଲି ଉଲ୍ଲେଖ କରିଛନ୍ତି କିନ୍ତୁ ଏଲ ଆଣ୍ଡ କେ ସର୍ଭିସ କର୍ମଚାରୀଙ୍କୁ ଦରମା ଦେଇନି ଆଗକୁ ପର୍ବ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ପୌର ସଫେଇ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି ସହରର ସ୍ଥାନରୁ କାଣିଚାଏ ମଧ୍ୟ ଆବର୍ଜନା ଉଠିନାହିଁ ଏହା ସହ କର୍ମଚାରିଙ୍କ ଇପିଏଫ ଇଏସଆଇ ପ୍ରତି ମାସରେ ଠିକ ସମୟରେ ପୌଠ ନକଲେ ଜରିମାନା ଦେବାକୁ ଚୁକ୍ତିରେ ରହିଛି କିନ୍ତୁ ଏହାର ବ୍ୟତିକ୍ରମ ପରେ ସୁଦ୍ଧା ଠିକା ସଂସ୍ଥାକୁ ପୌର ଅଧ୍ୟକ୍ଷ ଏବଂ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ସାଧାରଣରେ ପ୍ରଶ୍ନ ହେଉଛି।ପୌର ପାଳିକାର ଦାୟିତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଆଇଏଏସ୍ ଅଧିକାରୀ ଜୟପୁର ଉପଜିଲ୍ଲାପାଳ ନିଯୁକ୍ତ ଅଛନ୍ତି। କିନ୍ତୁ ତାଙ୍କ କାର୍ଯ୍ୟ ଶୈଳୀରେ ଯଦି କିଛି ପରିବର୍ତ୍ତନ ଆଣି କଡ଼ା ଆଭିମୁଖ୍ୟ ଗ୍ରହଣ କଲେ, ନିଶ୍ଚିତ ରୂପେ ଜୟପୁର ପୌରାଞ୍ଚଳରେ ପରିମଳ ଓ ସ୍ଵଚ୍ଛତା ସେବା ଯୋଗାଇବାରେ ଫଳପ୍ରଦ ହେବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି। ଯାହା ଦ୍ଵାରା ଜୟପୁର ବାସୀ ସହରରେ ଉତ୍ତମ ପରିବେଶ ପାଇପାରିବେ।