Hot Posts

6/recent/ticker-posts

କୁଇଦିନା ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର

କନ୍ଧମାଳ, ୧୬/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଲାଇନ୍ ପଡା କୁଇଦିନା ଇନ୍ଦିରାଗାନ୍ଧୀ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଠାରେ ଇତିହାସ ବିଭାଗରୁ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଇତିହାସକାର ଡଃ ତ୍ରିଲୋକ୍ୟନାଥ ସେନାପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରାଜନୀତି ବିଜ୍ଞାନ ଅଧ୍ୟାପିକା ସସ୍ମିତା ପାଳ, ଅଧ୍ୟାପକ ଅମିୟ ନାୟକ, ଅର୍ଥନୀତି ବିଭାଗ ଅଧ୍ୟାପିକା ଶୁଭଶ୍ରୀ ଦିଗାଲ,ଓଡିଆ ବିଭାଗ ଅଧ୍ୟାପକ ଅକ୍ଷୟ ଦିଗାଲ, ଇତିହାସ ଅଧ୍ୟାପକ ଦ୍ୱୟ ରାମଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଥିଲେ । ଏହି ପାଠଚକ୍ର ରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ପ୍ରିୟମ୍ବଦା ସାହୁ " ୧୮୬୬ ନଅଙ୍କ ଦୁର୍ଭିକ୍ଷ " ଓ ଯୁକ୍ତ ତିନି ୨ୟବର୍ଷ ଛାତ୍ରୀ ସୁଚିସ୍ମିତା ପ୍ରଧାନ "ଭକ୍ତି ଆନ୍ଦୋଳନ " ଶିର୍ଷକ ସଦର୍ଭ ପାଠ କରି ଏହାର ସଫଳ ରୂପାୟନ କରିଥିଲେ । କାର୍ଯ୍ୟକ୍ରମକୁ ଇତିହାସ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ କରିଥିବା ବେଳେ ଛାତ୍ର ନରେଶ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହିତ ସାଫଲ୍ୟ ମଣ୍ଡିତ କରିଥିଲେ ।