Hot Posts

6/recent/ticker-posts

ଲଗାଣ ବର୍ଷାରେ ଭୁସ୍ଖଳନ ଯୋଗୁଁ ଫୁଲବାଣୀ - ବ୍ରହ୍ମପୁର ଯାନବାହାନ ଚଳାଚଳ ଠପ୍ ।

କନ୍ଧମାଳ, ୧୬/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଘାଟିରେ ଭୁସ୍ଖଳନ ହୋଇ ମାଟି ଅତଡା ଖସିବାରୁ ଗମନାଗମନ ଠପ୍ । ସୂଚନା ପ୍ରକାରେ ସାରା ରାଜ୍ୟରେ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ଲଗାତାର ବର୍ଷା ଚାଲିଥିବା ବେଳେ ଆଜି ଅପରାହ୍ନରେ କଳିଙ୍ଗା ଘାଟି ଦୁର୍ଗାପ୍ରସାଦ ଠାରେ ଭୁସ୍ଖଳନ ଯୋଗୁଁ ପାହାଡ଼ରୁ ମାଟି ଅତଡା ଖସି ଯାଇ ପୋଲ ଭାଙ୍ଗି ପଥର ଗୁଡ଼ିକ ଜମା ହୋଇ ରହି ଥିବାରୁ ଫୁଲବାଣୀ ବ୍ରହ୍ମପୁର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉଭୟ ପାର୍ଶ୍ଵରେ ଗାଡ଼ି ଗୁଡିକ ଅଟକି ରହିଯାଇଛି କିଛି ଅଧିକାରୀ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।