ଜୁନାଗଡ଼ ବଡ଼ପଡାରେ ଭବ୍ୟ ଅଗ୍ରପୂଜ୍ୟ ଗଣେଶ ପୂଜା ମହାସମାରୋହ
ଜୁନାଗଡ଼, ୦୧ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବଡ଼ପଡା ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାସମାରୋହ ଭବ୍ୟ ଭାବେ ପାଳିତ ହେଉଛି । ପ୍ରାୟ କୋଡିଏ ବର୍ଷ ଧରି ଏହି ପୂଜା କମିଟି ନିଆରା ଶୈଳୀରେ ଗଣେଶଙ୍କ ମୂର୍ତ୍ତି ତିଆରି କରି ପୂଜା କରୁଥାନ୍ତି ।ଗତବର୍ଷ ଗୁଡିକରେ କମିଟି ତିରୁପତି ବାଲାଜି,ଜଗନ୍ନାଥ ମହାପ୍ରଭୁ, ଗୌତମ ବୁଦ୍ଧ,ବାଳ ଗଣେଶ,ଲାଲବାଘ ଚା ରାଜା ଭଳି ବିଭିନ୍ନ ରୂପରେ ଗଣେଶଙ୍କ ମୂର୍ତ୍ତି ତିଆରି କରିଥିବାରୁ ଅଞ୍ଚଳରେ ବିଶେଷ ଆକର୍ଷଣ ସୃଷ୍ଟି ହୋଇଆସିଛି । ଏବର୍ଷ କମିଟି ସିଦ୍ଧି ବିନାୟକ ରୂପରେ ଗଣେଶ ମୂର୍ତ୍ତି ତିଆରି କରିଛି,ଯାହାର ନିଆରା ସୌନ୍ଦର୍ଯ୍ୟ ଓ ସୁକ୍ଷ୍ମ କଳାକୌଶଳ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ।ଇମୂର୍ତ୍ତି ସହିତ ପୂଜାମଣ୍ଡପ ଓ ସାଜସଜ୍ଜା ମଧ୍ୟ ବିଶେଷ ଆକର୍ଷଣୀୟ ହୋଇଥିବାରୁ ସମଗ୍ର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ବିଭିନ୍ନ ଧରଣର ଆଲୋକ ସଜା,ସଂସ୍କୃତିକ କାର୍ୟକ୍ରମ ଓ ଧାର୍ମିକ ଆୟୋଜନ ପୂଜାକୁ ଆହୁରି ଭବ୍ୟ କରିଛି । ନବଦିନିଆ ଏହି ପୂଜାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ସମାଗମ କରୁଛନ୍ତି । ପ୍ରାଣପଣେ ସେବା ନିଭାଉଥିବା ପୂଜାକମିଟିର ସଦସ୍ୟମାନେ – ରାଜନ ମାଝୀ,ସିକନ୍ଦର ମାଝୀ,ରବୀନ୍ଦ୍ର ଦୁର୍ଗା,କମଳାକାନ୍ତ ବେଶ୍ରା,ବିକ୍ରନ୍ତ କୁମାର,ସାଗର ଆନଦାନି, ଧର୍ମେନ୍ଦ୍ର ନାଏକ,କୁଞ୍ଜ ବେଶ୍ରା,କାହୁଁ ବେଶ୍ରା,ଅଜିତ ନାଏକ, ବିକ୍ରମ କନ୍ଧପାନ,ସୋନୁ ମାଝୀ ପ୍ରମୁଖ ଏହି ପୂଜାକୁ ସଫଳ କରିବାରେ ମୂଲ୍ୟବାନ ଅବଦାନ ରଖିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,ବଡ଼ପଡାର ଏହି ଗଣେଶ ପୂଜା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସାମାଜିକ ସମ୍ମିଳନ ଓ ସାଙ୍ଗୋପାଙ୍ଗୀକ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ