କଦମା ଗ୍ରାମପଞ୍ଚାୟତ ରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କ ସମ୍ମିଳନୀ
ଗୁଡାରି, ୨୫ / ୦୮ ( କେ. ବିଶ୍ୱନାଥ ) : ଆଜି ଗୁଡାରି ବ୍ଲକ ଏବଂ NAC କଂଗ୍ରେସ ଙ୍କ ମିଳିତ ରେ କଦମା ଗ୍ରାମପଞ୍ଚାୟତ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଉକ୍ତ ସମ୍ମିଳନୀ ରେ ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ,କୋରାପୁଟ ଲୋକସଭା ସାଂସଦଙ୍କ NAC ପ୍ରତିନିଧି ଶ୍ରୀଯୁକ୍ତ S.ମୀନକେଶ ବାବୁ, ଗୁଡାରି ବ୍ଲକ ଅଧକ୍ଷା ଶ୍ରୀମତୀ ଲଷ୍ମୀ ଶବର,ପଦ୍ମପୁର ବ୍ଲକ ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ରମାକାନ୍ତ ମାଝୀ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ନନ୍ଦ, ନିଲୁ ସାହୁ, ତ୍ରିନାଥ ବ୍ରେଡ଼େକା, ଦାଶରଥି ଗମାଙ୍ଗ, ଜିତେନ୍ଦ୍ର ମାଝୀ, ସୁବାଷ ପାଣିଗ୍ରାହୀ,ଜଳ ସୂର୍ଯ୍ୟ, ସିର୍ଣ୍ଣ କଲାକା ଏବଂ 9ଗୋଟି ପଞ୍ଚାୟତ ର ପୁରୁଖା କଂଗ୍ରେସ କର୍ମୀ ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ ପଦ ପଦବୀ ବାଛି ଥିଲେ, ଏହି ବୈଠକ ରେ 9 ଗୋଟି ପଞ୍ଚାୟତ ର 9 ଟି ସଭାପତି ଏବଂ ମେଡିକାଲ ପାଇଁ 2ଜଣ, ଥାନା ପାଇଁ 2ଜଣ ତହସିଲ କାର୍ଯ୍ୟାଳୟ ପାଇଁ 2ଜଣ, ସ୍କୁଲ ରେ ପିଲାମାନଙ୍କ ଜାଇନ କରିବା ପାଇଁ 2 ଜଣ ଙ୍କୁ ମନୋନୀତ କରିଥିଲେ l ଏହା ବ୍ୟତୀତ ବ୍ଲକ ସଭାପତି ଏବଂ କୋରାପୁଟ ଲୋକସଭା ସାଂସଦ ଙ୍କ ବ୍ଲକ ପ୍ରତିନିଧି ବିଧାୟକ ଙ୍କ ଉପସ୍ଥିତ ରେ 9 ଗୋଟି ଗ୍ରାମପଞ୍ଚାୟତ ର କଂଗ୍ରେସ କର୍ମୀ ଚୟନ କରାଯାଇଥିଲା l