ସାର ପାଇଁ ଚାଷୀ ସଙ୍କଟରେ, ଘେରିବ ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ।
ଜୟପୁର,୨୫।୮ ( ଏ. ଭେଙ୍କଟ ରାଓ ): ଜୟପୁର ଉପଖଣ୍ଡର ପାଞ୍ଚ ଗୋଟି ବ୍ଲକର ଚାଷୀ ମାନେ ଉଚିତ ସମୟରେ ଯଥେଷ୍ଟ ସାର ନପାଇବା କୁ ନେଇ ଆଗାମୀ ୨୬ ତାରିଖରେ ଘେରୀବ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ। ଚାଷୀ ମାନଙ୍କ ଏହି ଆନ୍ଦୋଳନକୁ ବିଜୁ ଜନତା ଦଳ ସମର୍ଥନ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପ ସଭାପତି ରବି ନାରାୟଣ ନନ୍ଦ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ଅଜିର ଏହି ସମ୍ମିଳନୀରେ ନରେନ୍ଦ୍ର କୁମାର ପ୍ରଧାନ ସମ୍ପାଦକ କୃଷକ କଲ୍ୟାଣ ମଞ୍ଚ ବାଲା ରାଇ ଦୁର୍ଗା ମିଶ୍ର ଉପସ୍ତିତ ରିହିଥିଲେ।ସାର କଳାବାଜାରି ହେବା ସହ ୟୁରିଆ ପୋଟାସ ସହ ଅନ୍ୟାନ୍ୟ ସାର ନେବାକୁ ବାଧ୍ୟ କରୁଛନ୍ତି ଏବଂ ଅପମିଶ୍ରିତ ସାର ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଆନ୍ଦୋଳନର ନିଷ୍ପତି ନେଇ ଥିବା ସୁଚନା ଦେଇଛନ୍ତି।