ବକଡ଼ାବେଡ଼ାରେ ଧୂମଧାମରେ ପାଳିତ ନୂଆଁଖାଇର ଜୁହାର ଭେଟଘାଟ
ଝରିଗାଁ, ୨୯ / ୦୮ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଧିନ ବକଡ଼ାବେଡ଼ା ଗାଁରେ ମଧ୍ୟ କୃଷି ଭିତ୍ତିକ ପର୍ବ ନୂଆଁଖାଇ ର ଜୁଆର ଭେଟଘାଟ ଆଜି ଧୂମଧାମରେ ପାଳନ କରାଯାଇଛି। ପୂର୍ବପୁରୁଷ ମାନଙ୍କ ରୁ ଏଇ ଜୁଆର ଭେଟଘାଟ ପରମ୍ପରା ଚାଲିଆସୁଥିବା ରୁ ବର୍ତ୍ତମାନ ମଧ୍ଯ ପରମ୍ପରାକୁ ବଜାୟ ରଖିବାକୁ ନୂଆଁଖାଇ ର ତା ପରଦିନ ପରିବାର ପରିବାର ଲୋକେ ଓ ବନ୍ଧୁ, ବାନ୍ଧବ ଙ୍କ ଘରେ ଯାଇ ଜୁଆର ଭେଟଘାଟ ହେବା ସହିତ ଚୁଡା , ପିଠାପଣା, ନୂଆଁ ଗାମୁଛା ,ଶାଢ଼ି ପିତୃ ପୁରୁଷଙ୍କ ନାମ ଧରି ଉଭୟ ପକ୍ଷ ପୂଜାର୍ଚ୍ଚନା କରିଥାନ୍ତି। ପରେ ଉଭୟ ପକ୍ଷରୁ ପୁରୁଷ ଓ ମହିଳାମାନଙ୍କୁ ଗାମୁଛା ଏବଂ ଶାଢ଼ି ଦିଆ ଦେଇ ହୋଇ ମୁଣ୍ଡିଆ ମାରି ଥାନ୍ତି। ଏ ବୋଲି ଏକ ଦୃଶ୍ୟ ବକଡ଼ାବେଡା ର ସମରଥ ସାହି ଓ ମର୍ଦ୍ଳିଆ କଳାର ସାହିରେ ଦେଖିବାକୁ ପାଇଥିଲୁ । ଏଥିରେ ଦୁଇ ପରିବାର ଲୋକେ ଉଦ୍ଧବ ଭତ୍ରା, ଫାଳଗୁନି ଭତ୍ରା, ମଙ୍ଗରାଜ , ବଳିରାମ, ମଙ୍ଗନାଥ, ପୂର୍ଣ୍ଣ, ମତିରାମ , ଖଗପତି, ସୁବାସ, ଓ ପୂର୍ଣ୍ଣି କଲର ,ଭଜନ କଳାର , ଜୟରାମ କଳାର , ବୁଦୁରାମ କଲର, ଉଭୟ ପକ୍ଷର ସମସ୍ତ ମହିଳା ମାନେ ଉପସ୍ଥିତ ରହି ଜୁଆର ଭେଟଘାଟ ହୋଇଥିଲେ।