Hot Posts

6/recent/ticker-posts

ପାପଡ଼ାହାଣ୍ଡୀରେ ଗୌରବମୟ ଶହୀଦ ସୃତି ଦିବସ ପାଳନ, ତୁରୀ ନଦୀ କୂଳରେ ୧୯ ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି

ପାପଡ଼ାହାଣ୍ଡୀ, ୨୫ / ୦୮ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡୀ ର ଶହୀଦ ମିନାର ତୁରୀ ନଦୀ କୂଳରେ ଶହୀଦ ସୃତି ଦିବସ ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ଗୌରବର ସହିତ ପାଳିତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାଇଁ ପବିତ୍ର ଦିନ ସେହି ଅଗଷ୍ଟ ୨୪ ତାରିଖ ଯାହାକୁ ଶହୀଦ ସୃତି ଦିବସ ରୂପେ ନବରଙ୍ଗପୁର ଜିଲ୍ଲା ବାସୀ ପାଳନ କରୁଛନ୍ତି। ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଦିନ ପାପଡ଼ାହାଣ୍ଡୀ ତୁରୀ ନଦୀ କୂଳରେ ଦେଶ ମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ନବରଙ୍ଗପୁର ଜିଲ୍ଲା ମାଟିର ୧୯ ଜଣ ବୀର ସନ୍ତାନ । ଏ ଦିବସ କେବଳ ପାପଡ଼ାହାଣ୍ଡୀ ପାଇଁ ନୁହେଁ ସାରା ରାଜ୍ୟ ଓ ଦେଶ ପାଇଁ ଏକ ସ୍ମରଣୀୟ ଦିବସ । ଜିଲ୍ଲା ପ୍ରଶାସନ ଶହୀଦ ସୃତି ଦିବସକୁ ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ଗୌରବର ସହିତ ପାଳନ କରିଛି । 
ସହୀଦ ମିନାର ର ୧୯ଜଣ ପୁଣ୍ୟାତ୍ମା ଙ୍କୁ ଶ୍ରାଦ୍ଧାଞ୍ଜଳି କାମନା ସହିତ ଶହୀଦ ଙ୍କୁ ଜୟ ଜୟ କାର ପ୍ରକମ୍ପିତ ହୋଇଥିଲା ଏ ବୀରତ୍ଵର ଶହୀଦ ମାନଙ୍କୁ ମନେ ରଖିବା ଓ ଏହାକୁ ସବୁଦିନ ପାଇଁ ଜୀବିତ ରଖିବା । ଯେଉଁମାନେ ଦେଶ ପାଇଁ ଜୀବନ ଦେଇଛନ୍ତି । ସେହିମାନଙ୍କ ପାଇଁ ଯୋଗ ଦେବା ଉଚ୍ଚିତ ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ। ଏହି ମହାନ ଦିବସରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ , ଗଣଶିକ୍ଷ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ଜିଲ୍ଲା ପାଳ ମହେଶ୍ଵର ସ୍ଵାଇଁ, ବିଧାୟକ ନବରଙ୍ଗପୁର ଗୌରିଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂଭତ୍ରା , ଜିଲ୍ଲାପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ପାପଡ଼ାହାଣ୍ଡୀ ବ୍ଳକ ଉପାଧ୍ୟକ୍ଷ ସୁସାନ୍ତ କୁମାର ବେହେରା , ବିଡିଓ କପିଳ ଦେବ ସାହୁ , ବହୁ ଅଦିକାରୀ ଏବଂ ଜନପ୍ରତିନିଧି ମାନେ ସମାଳି ହେଇଥିଲେ।