Hot Posts

6/recent/ticker-posts

ପ୍ରାଥମିକ ଶିକ୍ଷକ ଫେଡରେସନର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।


ଜୟପୁର,୩୧।୭ ( ଏ. ଭେଙ୍କଟ ରାଓ ) :ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଜୟପୁର ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି ପୁରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଭାରତି ହୋତା ସଭାପତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଜୟପୁର ଶାଖା ଓ ଶ୍ରୀ ଭାଗିରଥି ବାରିକ ସମ୍ପାଦକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଜୟପୁର ଶାଖାଙ୍କ ଆହ୍ବାନ କ୍ରମେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଛୁଟି ପରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋଗଦାନ କରିଥିଲେ ସମସ୍ତଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁରଙ୍କ ଅନୁପସ୍ଥିତିରେ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ଦାବିପତ୍ର ଗ୍ରହଣ କରିଥିବା ଜଣା ପଡିଛି, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରମୁଖ ଦାବି ମଧ୍ୟରୁ ମୁଖ୍ୟତଃ ୟୁଏଏସ ଉଛେଦ, ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦ ଟଙ୍କା ଗ୍ରେଡ଼ ପେ ପଦନ୍ନତି ପ୍ରଦାନ କରିବା, ଓଟିଇଟି କୁ ବାଧ୍ୟତାମୂଳକ ନ କରିବା ଓ ଠିକା ନିଯୁକ୍ତି କୁ ଚାକିରି ରେ ଗଣନା କରିବା ଇତ୍ୟାଦି ଦାବି ପତ୍ର ପ୍ରଦାନ ସମୟରେ ଶ୍ରୀମତୀ ଭାରତି ହୋତା, ମହେଶ୍ୱର ମିଶ୍ର, ସୁଧାକର ପଣ୍ଡା, କିରଣ ମହାରଣା,ସୁସିଲ୍ ପ୍ରେମ୍ ନାଗ, ଦିଲିପ୍ କୁମାର୍ ମିଶ୍ର, ଗାୟତ୍ରୀ ଦାଶ୍, ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।.