ବାରଣ୍ଡାରେ ପଡିଥିଲା ଶବ... ନିର୍ମମ ସ୍ଥିତିରେ ମାନବତାର ମିଶାଲ ହେଲେ ସମାଜସେବୀ
ସୁନାବେଡ଼ା, ୨୯ / ୭ ( ସୁମତୀ ଟାକ୍ରୀ ) : ତା,୨୯/୭/୨୦୨୫.ରିଖରେ ସେମିଳିଗୁଡା ମ୍ୟୁନିସିପାଲଟି ଭେଣ୍ଡିଂ ଜୁନ୍ ହାଟପଦା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଅଜଣା ବ୍ୟକ୍ତିଙ୍କର ଶବ ଭେଣ୍ଡି ଜୁନ୍ ବାରଣ୍ଡାରେ ପଡିରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ,ଏହା ଅତି ଦୁର୍ଗନ୍ଧ ହେଉଥିଲା ,ସେହି ଅଞ୍ଚଳ ବାସୀ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ଜାଣିପାରିଲେ ଏବଂ ସେଠାକାର ସମାଜ ସେବୀ ସୁବତ କୁମାର ( ବିଦୁ ଭାଇ ) ଙ୍କୁ ଫୋନ୍ କରି ଡାକିଥିଲେ, ସେ ସେଠାରେ ପହଁଚି ସୁନାବେଡ଼ା ପୋଲିସ୍ କୁ ଡାକି ଥିଲେ ।ସୁନାବେଡ଼ା ପୋଲିସ୍ ସେଠାରେ ପହଞ୍ଚି ଶବଟିକୁ ଜବତ କରି ,ଆମ୍ବୁଲାନ୍ସ ଡାକି ମ୍ୟୁନିସିପାଲଟି ସୁଇପର ଙ୍କ ଦ୍ଵାରା ଶବଟିକୁ ବ୍ୟବଚ୍ଛେଦ କରାଇଥିଲେ । ତଦନ୍ତରୁ ଜଣାପଡିଥିଲା ଯେ ମୃତ ବ୍ୟକ୍ତି ଜଣକ ଙ୍କ ଗ୍ରାମ ଓ ନାମ ବରଗଡ଼ ଅଞ୍ଚଳର ରମେଶ ମାଝୀ,ସେ ଭିକ୍ଷା ବୃତ୍ତି କରି ବଞ୍ଚୁ ଥିଲେ ,ତାଙ୍କ ସହ ତାଙ୍କ ସ୍ତ୍ରୀ,ଓ ଛୋଟ ଛୋଟ ପିଲା ମାନେ ରହିଥିବା ଜଣା ପଡିଛି ,ସେମାନେ ସେହି ବାରଣ୍ଡାରେ ହିଁ ରହି ଭିକ୍ଷା ବୃତ୍ତି କରୁଥିଲେ ,ରମେଶ ମାଝୀଙ୍କ ଶରୀର ଅସୁସ୍ଥ ରହିଥିଲା ଏବଂ ତାଙ୍କର ହଟାତ ମତ୍ୟୁ ହୋଇଥିଲା । ସୁନାବେଡ଼ା ମ୍ୟୁନିସିପାଲଟି ର ପ୍ରଭାତ ସୁତାର, ଯଦୁ ସାହୁ ,ପୂର୍ଣ୍ଣ ମହାନ୍ତି ,ଏବଂ ସମାଜ ସେବୀ ବିଦୁ ଭାଇ ଉପସ୍ଥିତ ରହି ,ଏହି ଶବ ସତ୍କାର କରିଥିଲେ ।