ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ, 'ସମ୍ପୂର୍ଣ୍ଣତା ' ଅଭିଯାନରେ ସ୍ୱର୍ଣ୍ଣ ପଦକ ହାସଲ
ନବରଙ୍ଗପୁର , ୨୯ / ୭ ( ଶେଖର ଖୁରା ) — ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଏକ ଐତିହାସିକ ଅବସର ସୃଷ୍ଟି କରିଛି ନବରଙ୍ଗପୁର ଜିଲ୍ଲା। ଏହି ଅଭିଯାନର ୬ଟି ମୂଖ୍ୟ ସୁଚାଙ୍କରେ ପୂର୍ଣ୍ଣ ସଫଳତା ହାସଲ କରି, ଏହି ଆକଂକ୍ଷି ଜିଲ୍ଲା ଦେଶରେ ମଧ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହି ସମ୍ମାନ ସମାରୋହ ରେ ମଞ୍ଚାସିନ ଥିଲେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର — ଯେଉଁମାନେ ଏହି ସମ୍ମାନ ସମାରୋହକୁ ଗମ୍ଭୀରତା ଓ ଗରିମା ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ସ୍ୱର୍ଣ୍ଣ ପଦକ ସହ ବିଜୟୀ ହୋଇଥିବାରୁ ଜିଲ୍ଲାର ସମସ୍ତ ଅଫିସର ଓ ସ୍ଥାନୀୟ ବିକାଶ ପ୍ରତିଷ୍ଠାନମାନେ ଗର୍ବିତ ଅନୁଭବ କରୁଛନ୍ତି। ଏହି ସଫଳତା ପାଇଁ ବିଶେଷ ଉଲ୍ଲେଖ୍ୟ: ସ୍ୱର୍ଣ୍ଣ ପଦକ: ଡ଼ାବୁଗାଁ ବ୍ଲକ୍ ଓ ତାମ୍ର ପଦକ: ତେନ୍ତୁଳିଖୁଣ୍ଟି ବ୍ଲକ୍ , ଏହି ଅଭିଯାନର ନିଷ୍ଠା ଓ କୌଶଳ ଦ୍ୱାରା ନେତୃତ୍ୱ ଦେଇଥିବା କେତେକ ଅନ୍ୟତମ କର୍ମଯୋଗୀଙ୍କୁ ସମ୍ମାନିତ କରାଯାଇଛି ସେମାନେ ହେଲେ ଡ. ମହେଶ୍ବର ସ୍ୱାଇଁ, ବର୍ତ୍ତମାନ ଜିଲ୍ଲାପାଳ, ନବରଙ୍ଗପୁର, ଡ. ଶୁଭଙ୍କର ମହାପାତ୍ର, ପୂର୍ବତନ ଜିଲ୍ଲାପାଳ, ଡ. କମଳ ଲୋଚନ ମିଶ୍ର, ପୂର୍ବତନ ଜିଲ୍ଲାପାଳ, ମନୋଜ ପାଣିଗ୍ରାହୀ, ବି.ଡି.ଓ., ତେନ୍ତୁଳିଖୁଣ୍ଟି ଓ ଶରତ ମାଝୀ, ବି.ଡି.ଓ., ଡ଼ାବୁଗାଁ, ଏହି ସମସ୍ତଙ୍କ ଚେଷ୍ଟା ଓ ଦୃଢ଼ ସଙ୍କଳ୍ପ ଫଳରେ ଏହି ଅଭିଯାନ ଏତେ ବଡ଼ ସଫଳତା ହାସଲ କରିପାରିଛି। ଏହା ନବରଙ୍ଗପୁର ଜିଲ୍ଲା ପାଇଁ ଏକ ନୂତନ ଅଧ୍ୟାୟ ଅଙ୍କିତ କରିଛି।