Hot Posts

6/recent/ticker-posts

ଓମ୍‌ଫେଡ୍‌ ଦୁଗ୍ଧଚାଷୀଙ୍କ ପାଇଁ ଖୁସି ଖବର, ଲିଟର ପିଛା ୩ ଟଙ୍କା ବୃଦ୍ଧି, ମିଳିବ ଜୀବନ ବୀମା

ଭୁବନେଶ୍ୱର, ୧ / ୬ :  ଓଡ଼ିଶାର ଦୁଗ୍ଧଚାଷୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଦୁଧ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଓମ୍‌ଫେଡ୍‌ ଚାଷୀଙ୍କ ପାଇଁ ଏକ ନୂଆ ଆର୍ଥିକ ଉପହାର ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଚାଷୀମାନେ ବର୍ତ୍ତମାନର ଦର  ଲିଟର ପିଛା ଅଧିକ ୩ ଟଙ୍କା ମିଳିବ। ଏହି ବୃଦ୍ଧିରେ ଯେଉଁଠି ୪ ଟଙ୍କା ବୃଦ୍ଧି କରାଯାଇଛି, ସେଥିରୁ ୨ ଟଙ୍କା ଦେବ ସରକାର, ଏବଂ ବାକି ୨ ଟଙ୍କା ଓମ୍‌ଫେଡ୍‌ ଖାଉଟିଙ୍କୁ ବହନ କରିବାକୁ ପଡ଼ିବ। ଏହି ନିଷ୍ପତ୍ତି ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧଚାଷୀଙ୍କ ପାଇଁ ଏକ ସିଧାସଳଖ ଆର୍ଥିକ ଲାଭ ନେଇଅସିଛି। ଏହା ଚାଷୀମାନଙ୍କ ଆୟ ବୃଦ୍ଧିରେ ଏବଂ ଦୁଗ୍ଧ ଉତ୍ପାଦନ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶ୍ଳେଷକମାନେ କହୁଛନ୍ତି। ମାତ୍ର ଦର ବୃଦ୍ଧିରେ ସୀମିତ ନ ହେଇ, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ସୁରକ୍ଷା ପାଇଁ ଜୀବନ ବୀମା ସୁବିଧା ଘୋଷଣା କରିଛନ୍ତି। ଯଦି ଜଣେ ଦୁଗ୍ଧଚାଷୀଙ୍କ ଅକାଳ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଜୀବନବୀମା ଦିଆଯିବ। ଏହି ନୂଆ ଘୋଷଣା ଦ୍ୱାରା ରାଜ୍ୟର ଦୁଗ୍ଧ ଖେତ୍ରରେ ନୂଆ ଉତ୍ସାହ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଚାଷୀମାନେ ଆର୍ଥିକ ଭାବେ ଆଗକୁ ବଢ଼ିବା ସହିତ ଏକ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଏହି ଉଦ୍ୟମ ଦିଗଦର୍ଶନ ସାବିତ ହେବ।