କୋରାପୁଟ ମେଡିକାଲରେ ଭୁଲ୍ ଇଞ୍ଜେକ୍ସନ: ଛଅ ରୋଗୀଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ନିଜେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କୋରାପୁଟ, ୦୫ / ୬ : – ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଆଉଥରେ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ୍ ଇଞ୍ଜେକ୍ସନ ଦେଇ ଛଅ ରୋଗୀଙ୍କ ମୃତ୍ୟୁ ଘଟିଥିବା ଖବର ଚିନ୍ତା ଓ ରୋଷ ସୃଷ୍ଟି କରିଛି। ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନରେ ଆସିଥିବା ବେଳେ, ବର୍ତ୍ତମାନ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମେଡିକାଲରେ ପହଞ୍ଚି ତଦନ୍ତ ଓ ସମୀକ୍ଷା କାର୍ଯ୍ୟ ଆରମ୍ଭ କରିଛନ୍ତି।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଭୁଲ୍ ଭାବରେ ଦିଆଯାଇଥିବା ଇଞ୍ଜେକ୍ସନ ଫଳରେ ଏହି ଛଅ ରୋଗୀଙ୍କ ଜୀବନ ଅକାଳରେ ବିଲୀନ ହୋଇଥିଲା। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏକ ତଦନ୍ତ କମିଟି ଗଠନ କରି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ। ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ବରିଷ୍ଠ ଅଧିକାରୀମାନଙ୍କ ସହ ମେଡିକାଲରେ ଉପସ୍ଥିତ ହୋଇ ରୋଗୀ ସୁରକ୍ଷା ଓ ଔଷଧ ବ୍ୟବସ୍ଥାପନା ଉପରେ ସମୀକ୍ଷା କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ମହାଳିଙ୍ଗ ସୂଚନା ଦେଇଛନ୍ତି ଯେ, ତଦନ୍ତ କମିଟିର ରିପୋର୍ଟ ଆସିଲେ ପରେ ମାତ୍ର ଦୋଷୀ ଚିହ୍ନଟ ଓ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏପରି ଗମ୍ଭୀର ଅବହେଳା ରାଜ୍ୟବାସୀଙ୍କ ମଧ୍ୟରେ ଗଭୀର ଆକ୍ରୋଶ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ବିଚାରରେ ଏହି ଘଟଣା କେବଳ ତଦନ୍ତରେ ଅଟକି ରୁହିଲେ ନୁହେଁ, ଦାୟୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।