Hot Posts

6/recent/ticker-posts

ପରକୀୟା ପ୍ରୀତି ର ପରିଣତି, ସ୍ତ୍ରୀ ର ଗଲାକାଟି ହତ୍ୟା କଲା ସ୍ୱାମୀ

ଗଜପତି, ୯ / ୬ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଞ୍ଚଳର ଗାଇବା ଗାଁରେ ଏକ ଦୁଃସାହସିକ ଘଟଣା ଦ୍ୱାରା ଉତ୍ତେଜନା ସୃଷ୍ଟି ହୋଇଛି। ପରକୀୟା ସନ୍ଦେହରୁ ଜଣେ ଯୁବତୀଙ୍କୁ ତାଙ୍କର ସ୍ୱାମୀ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ଉଠିଛି। ମୃତ ମହିଳା ହେଲେ ୩୦ ବର୍ଷୀୟ ମୋନିକା ପାଇକ, ଯାହାଙ୍କ ଶବ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ପୋଲିସ ସୂତ୍ର ଅନୁଯାୟୀ, ମୋନିକା ଗାଇବା ଗାଁର ନିବାସିନୀ ହୋଇ ନୂଆଗଡ଼ ବ୍ଲକର କେରେଡାଙ୍ଗ ଗାଁ ଅଞ୍ଚଳର ନରେନ୍ଦ୍ର ପାଇକଙ୍କ ସହ ପ୍ରେମ ବିବାହ କରିଥିଲେ। ବିବାହ ପରେ ନରେନ୍ଦ୍ର ଶଶୁର ଘରେ ରୁହିଥିବା ଓ ଦମ୍ପତି ମଧ୍ୟରେ ପରକୀୟା ପ୍ରେମକୁ ନେଇ ପ୍ରାୟତଃ ବିବାଦ ଘଟୁଥିବା ଜଣାପଡିଛି। ଘଟଣା ଦିନ ଭୋରେ, ନରେନ୍ଦ୍ର ନିଜ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରିଥିବା ପରେ ଘରୁ ଫେରାର ହୋଇଯାଇଛନ୍ତି। ଘରେ ମୋନିକାଙ୍କ ମାଁ ଓ ୫ ବର୍ଷର କନ୍ୟା ଥିବା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟେମ ପାଇଁ ପଠାଇଥିବା ବେଳେ ଅନୁସନ୍ଧାନ ଆରମ୍ଭ କରିଛି। ହତ୍ୟାପରେ ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ର ପାଇକ ଚମର୍ଦ୍ଦିଆ ହୋଇଥିବାରୁ ତାଙ୍କ ପାଇଁ ତିବ୍ର ତଳାସ ଜାରି ଅଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣାର ପୂର୍ବପରିଚୟ, ଦାମ୍ପତ୍ୟ ସମ୍ପର୍କର ଦ୍ୱନ୍ଦ୍ୱ ଓ ସନ୍ଦେହ ଦୃଷ୍ଟିରେ ରଖି ତଦନ୍ତ ଗଭୀର ଭାବେ ଚାଲିଛି। ଖୁବ ସିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ଜଣାଇଛି।