Hot Posts

6/recent/ticker-posts

ଭାରତ-ଆମେରିକା ଆର୍ଥିକ ସମ୍ପର୍କର ନୂଆ ପଟ: ଆମେରିକାକୁ ଭାରତର ଦେଇଛି ଦୁଇ ଲକ୍ଷ କୋଟି ଟଙ୍କା ଋଣ

ନୂଆଦିଲ୍ଲୀ, ୨ / ୬ :  ଆମେରିକା ଭାରତରୁ ପ୍ରାୟ ୨୧୬ ବିଲିୟନ ଡଲାର (ଅନୁମାନିତ ଦୁଇ ଲକ୍ଷ କୋଟି ଟଙ୍କା) ଋଣ ନେଇଛି। ଏହି ତଥ୍ୟ ଉଦ୍ଭାସିତ ହେବା ପରେ ଜାତୀୟ ଓ ଆନ୍ତର୍ଜାତିକ ମାଧ୍ୟମରେ ଚର୍ଚ୍ଚା ତିବ୍ର ହୋଇଛି। ଏହି ଅର୍ଥ ଭାରତ ଆମେରିକୀୟ ଟ୍ରେଜୁରୀ ବଣ୍ଡ, ବିଲ ଏବଂ ସିକ୍ୟୁରିଟିଜ କ୍ରୟ କରି ନିବେଶ ରୂପେ ଦେଇଛି, ଯାହା ଏକ ନିଶ୍ଚିତ ସମୟ ପରେ ସୁଧ ସହିତ ଫେରତ ଦିଆଯିବା ନିୟମ ଅନୁସାରେ ଚାଲିଥାଏ।
ଏହି ନିବେଶକୁ ଭାରତ ନିଜର ବୈଦେଶିକ ମୁଦ୍ରା ଭଣ୍ଡାର ସୁରକ୍ଷିତ ଓ ନିଶ୍ଚିତ ଆୟ ଉପାୟ ଭାବରେ ବ୍ୟବହାର କରୁଛି। ବିଶ୍ୱ ଅର୍ଥନୀତିରେ ଆମେରିକୀୟ ଡଲାରର ପ୍ରାଧାନ୍ୟ, ଏବଂ ଆମେରିକୀୟ ସରକାରଙ୍କ ଉପରେ ବିଶ୍ୱସନୀୟତା ଥିବା ଦେଖି ଅନେକ ଦେଶ, ଭାରତ ସମେତ, ଏହିପରି ବଣ୍ଡରେ ନିବେଶ କରୁଛନ୍ତି।
ଭାରତର ଏହି ଆର୍ଥିକ ପଦକ୍ଷେପ ଦ୍ୱାରା ତାହାର ବୈଦେଶିକ ମୁଦ୍ରା ଭଣ୍ଡାର ସ୍ଥିର ରହିଥିବା ସହ ବିକାଶ ଉନ୍ମୁଖ ଅର୍ଥନୀତିକୁ ଏକ ଆଧାର ମିଳୁଛି। ଦୀର୍ଘକାଳୀନ ଭାବେ ଏହା ଏକ ଗଭୀର ରଣନୈତିକ ଚାଲ୍, ଯାହା ଭାରତକୁ ଆନ୍ତର୍ଜାତିକ ଅର୍ଥନୀତିରେ ଏକ ଅଭିନ୍ନ ଅଙ୍ଗ ଭାବରେ ସ୍ଥାପିତ କରିଛି।
ସୂତ୍ରମାନଙ୍କ କହିବା ଅନୁସାରେ, ଜାପାନ ଓ ଚୀନ ମଧ୍ୟ ଏହିପରି ଭାବେ ଭାରତରୁ ଅର୍ଥ ଉଧାର ନେଇଛନ୍ତି, ହେଲେ ତାଙ୍କର ଋଣର  ସାର୍ବଜନୀନ ହୋଇନାହିଁ।
ଏହି ଖବର ଏକ ସ୍ପଷ୍ଟ ସନ୍ଦେଶ ଦେଉଛି— ଭାରତ କେବଳ ଅନ୍ୟ ଦେଶର ଉପରେ ନିର୍ଭର ନୁହେଁ, ବରଂ ଆନ୍ତର୍ଜାତିକ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଋଣଦାତା ଭାବେ ମଧ୍ୟ ପ୍ରଭାବ ପେଲାଉଛି।