Hot Posts

6/recent/ticker-posts

ପର ସ୍ତ୍ରୀ କୁ ରଖିଥିଲେ ଘରେ, ଯୁବକଙ୍କୁ ରାତିରେ ହାଣି ହତ୍ୟାକଲେ ମହିଲାଙ୍କ ସ୍ୱାମୀ ଓ ଦିଅର

ଅନୁଗୁଳ, ୧ / ୬ :  ଏକ ପର ସ୍ତ୍ରୀଙ୍କୁ ଘରେ ରଖିବା କାରଣ ରୁ ଜୀବନ ହାରିଲେ ଜଣେ ଯୁବକ। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଧୀନ ମସୁଣିହତା ଗାଁରେ ଏହି ହାୃଦୟବିଦାରକ ଘଟଣା ଘଟିଛି, ଯେଉଁଠି ବାବାଜୀ ନାୟକ ନାମକ ଏକ ବିବାହିତ ଯୁବକଙ୍କୁ ରାତିରେ ଶୋଇଥିବା ବେଳେ କଟୁରି ହାଣି ମାରି ହତ୍ୟା କରାଯାଇଛି। ଅଭିଯୋଗ ଅନୁଯାୟୀ ହତ୍ୟାକାରୀ କୌଣସି ଅନ୍ୟନୁହେଁ, ବରଂ ମୃତ ଯୁବକଙ୍କ ସହ ରହୁଥିବା ସ୍ତ୍ରୀଙ୍କ ସ୍ୱାମୀ ବିଭୂତି ନାଏକ ଓ ତାଙ୍କ ଭାଇ ଭୋଳା।
ସୂଚନା ଅନୁଯାୟୀ, ବାବାଜୀ ନାୟକ ବିବାହିତ ହେଲେ ମଧ୍ୟ କାକୁଡିଆ ଗାଁର ବିଭୂତି ନାଏକଙ୍କ ସ୍ତ୍ରୀ ରିଙ୍କି ନାଏକଙ୍କ ସହ ଗୁପ୍ତ ପ୍ରେମ ସମ୍ପର୍କ ରଖୁଥିଲେ। ଏହି ସମ୍ପର୍କ ଦୀର୍ଘ ଶମୟ ଧରି ଚାଲିଥିଲା ଓ ବିରୋଧ ଉପରେ ମଧ୍ୟ ବାବାଜୀ ରିଙ୍କିଙ୍କୁ ନିଜ ଘରକୁ ଆଣି ରଖିଥିଲେ। ଏହି ଘଟଣା ନେଇ ପୂର୍ବରୁ ଥାନାରେ ମାମଲା ମଧ୍ୟ ହୋଇଥିଲା। ରିଙ୍କି ପ୍ରାୟ ସାତ ମାସ ଧରି ବାବାଜୀଙ୍କ ଘରେ ରହୁଥିଲେ। ଏହି ଅନୈତିକ ସମ୍ପର୍କର ଅନ୍ତିମ ପରିଣତି ହେଲା ମୃତ୍ୟୁ। ଗତ ରାତି ଅଧରେ, ଯେତେବେଳେ ବାବାଜୀ ଶୋଇଥିଲେ, ସେଥିରେ ଅକସ୍ମାତ୍ ଆକ୍ରମଣ କରି ତାଙ୍କୁ କଟୁରି ମାଡ଼ ମରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନେଇଯିବା ପରେ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ମୟନା ତଦନ୍ତ ପାଇଁ ପଠାଯାଇଛି। ଅଭିଯୁକ୍ତ ବିଭୂତି ଓ ତାଙ୍କ ଭାଇ ଭୋଳା ପଳାୟନରେ ଥିବା ଜଣାଯାଇଛି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ମାମଲାର ଗୁରୁତ୍ୱ ଦୃଷ୍ଟିରେ ରଖି ତଲାଶ ଜୋରଦାର କରାଯାଇଛି। ଏହି ଘଟଣା ଗାଁ ଏବଂ ପ୍ରାନ୍ତିକ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି। ଗୋଟିଏ ଅନୈତିକ ସମ୍ପର୍କ କେମିତି ଏକ ପରିବାରକୁ ଉଜାଡ଼ିଦେଉଛି, ଏହା ଏକ ଜ୍ୱଳନ୍ତ ଉଦାହରଣ।