Hot Posts

6/recent/ticker-posts

ସ୍ନାତକ ନାମଲେଖା ପାଇଁ ଆବେଦନ ଅବଧି ପୁଣି ବୃଦ୍ଧି, ଜୁନ୍ ୪ ରାତି ୧୧:୪୩ ପର୍ଯ୍ୟନ୍ତ

ଭୁବନେଶ୍ୱର, ୨ / ୬ : ଓଡ଼ିଶାର ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା  ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ଯେ, ସାମ୍ସ ପୋର୍ଟାଲ୍ (SAMS) ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଜୁନ୍ ୪ ରାତି ୧୧:୪୩ ପର୍ଯ୍ୟନ୍ତ ଜାରି ରହିବ।
ଏହି ସମୟ ସୀମା ମଧ୍ୟରେ, ଯେଉଁ ଅଭିଯାର୍ଥୀ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ କରିଛନ୍ତି, ସେମାନେ ଏଥିରେ ଆବଶ୍ୟକ ସଂଶୋଧନ କରିପାରିବେ, ବା ଅପଡେଟ୍ ମାର୍କ ଅପ୍ଲୋଡ୍ କରି ସଂପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିପାରିବେ। ସିଏଏଫ୍ ଦାଖଲ କାରୀ ଅଭିଯାର୍ଥୀ ମାନେ ‘ଆପିଅର୍ଡ’ ଅପସନ୍ ଦେଇଥିଲେ, ସେମାନେ ଯୁକ୍ତ୨ କିମ୍ବା ଅନ୍ୟ ବୋର୍ଡର ସମତୁଲ ମାର୍କ ଦିଆଯିବା ଧାର୍ଯ୍ୟ ସମୟରେ ଅପ୍ଲୋଡ୍ କରିପାରିବେ।
ଏହିବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ପ୍ରୋଭିଜନାଲ୍ ତାଲିକା, ୱେଟିଂ ଲିଷ୍ଟ, ଓ କ୍ଲାସ ଆରମ୍ଭ ସମ୍ପର୍କରେ ସୂଚନା ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ମାଧ୍ୟମରେ ଦିଆଯିବ।
ଏଥିପାଇଁ ନିମ୍ନଲିଖିତ ଦିଗରେ ମଧ୍ୟ ଚାଳିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ:
ନାମଲେଖା ପ୍ରକ୍ରିୟାରେ ବୈଧ SEBC ପ୍ରମାଣପତ୍ର ଦାଖଲ କରିବା ଅବଶ୍ୟକ।
୪ ବର୍ଷିଆ ବିଏବିଏଡ୍/ବିଏସ୍‌ସିବିଏଡ୍‌ ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଛି।
CHSE ଛାତ୍ରଛାତ୍ରୀଙ୍କ ମାର୍କ ସିଧାସଳଖ ଡାଟାବେସ୍ ରୁ ଅନୁପ୍ରବେଶ କରାଯିବ।
ଆବେଦନକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏକାଧିକଥର ସଂଶୋଧନ କରିପାରିବେ।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହିତ ଦୁଇଟି ମାଇନର୍, ଦୁଇଟି ମେଜର କିମ୍ବା ତିନୋଟି ମାଇନର୍ ପାଠ୍ୟକ୍ରମ ଚୟନ କରିପାରିବେ। ଏହି ପଦକ୍ଷେପ ଏକ ସଂଯୁକ୍ତ ଓ ଲଚିଳା ଶିକ୍ଷା ବ୍ୟବସ୍ଥା ଆନିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି