ଦେଶରେ କରୋନାର ରିଟନ ଗିଫଟ, ୩୩୯୫ ସକ୍ରିୟ ମାମଲା
ନୂଆଦିଲ୍ଲୀ, ୨ / ୬ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିବା ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଜନସାଧାରଣ ମଧ୍ୟରେ ପୁନଃ ଚିନ୍ତାର ମେଘ ଘନ ହେଉଛି। ମେ ୨୨ରେ ଜେଉଁଠାରେ ଦେଶରେ କେବଳ ୨୫୭ କରୋନା ସକ୍ରିୟ ମାମଲା ରହିଥିଲା, ମେ ୨୬ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦୧୦ କୁ ବଢ଼ିଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ଶନିବାର ସନ୍ଧ୍ୟା ସୁଦ୍ଧା ୩୩୯୫ କୁ ପହଞ୍ଚିଛି।
ନୂତନ ତଥ୍ୟ ଅନୁଯାୟୀ, କେରଳରେ ସର୍ବାଧିକ ୧୩୩୬ ଜଣ କରୋନା ସଂକ୍ରମିତ ଅଟନ୍ତି। ମହାରାଷ୍ଟ୍ର (୪୬୭) ଓ ଦିଲ୍ଲୀ (୩୭୫) ଏହା ପଛରେ ଅଛନ୍ତି। ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମ ବଙ୍ଗରେ ୨୦୫, ତାମିଲନାଡ଼ୁରେ ୧୮୫ ଏବଂ ଉତ୍ତରପ୍ରଦେଶରେ ୧୧୭ ଜଣ ସଂକ୍ରମିତ ବୋଲି ରିପୋର୍ଟ ମିଳିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହା ସହିତ ଗର୍ଭ ହେଉଛି ଯେ ଅଧିକାଂଶ ମାମଲା ହଳୁକା ଲକ୍ଷଣ ଥିବା ଓ ଘରେ ହିଁ ଚିକିତ୍ସା ହେଉଛି
ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ ସୂଚନା ଦେଇଛନ୍ତି ଯେ ଏହି ବୃଦ୍ଧି ପଛରେ ଓମିକ୍ରନ୍ର କିଛି ନୂତନ ସବ୍-ଭାରିଏଣ୍ଟ ରହିଛି – ଏଲଏଫ.୭, ଏକ୍ସଏଫଜି, ଜେଏନ.୧ ଓ ଏନବି ୧.୮.୧। ତେବେ ଏହି ଭାରିଏଣ୍ଟଗୁଡ଼ିକ ଗୁରୁତର ନୁହେଁ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ଅଧିକାଂଶ ରୋଗୀ ଲକ୍ଷଣହୀନ ବା ସାଧାରଣ ଜ୍ୱର ଓ ଶରୀର ଯନ୍ତ୍ରଣା ନିମିତ୍ତେ ଚିହ୍ନଟ ହେଉଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ନୂତନ ଗାଇଡ୍ଲାଇନ୍ ଜାରି କରିନଥିଲେ ମଧ୍ୟ ରାଜ୍ୟ ସରକାରମାନେ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ଜନସାଧାରଣଙ୍କୁ ମାସ୍କ୍ ପିନ୍ଧିବା, ହାତ ଧୋଇବା, ଏବଂ ଭିଡ଼ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ୍ ଅନୁସାରେ ଅନୁଶାସନ ଅନୁସରଣ ଅବଶ୍ୟକ ବୋଲି ଅଧିକାରୀମାନେ କୁହିଛନ୍ତି।
ଯଦିଓ ବର୍ତ୍ତମାନ କରୋନାର ପ୍ରଭାବ ଗୁରୁତର ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ କୁହୁଛି, ତଥାପି ପୂର୍ବ ଅନୁଭବ ଆମକୁ ଏହି ମେସେଜ୍ ଦିଏ — ସତର୍କତା ଓ ଶିସ୍ଟ ହିଁ ରକ୍ଷା କରିପାରିବ ଆମ ସୁରକ୍ଷା।