Hot Posts

6/recent/ticker-posts

ଇନ୍ଦ୍ରାବତୀ କୂଳରେ ଭାଲୁ ଆକ୍ରମଣ — ବୃଦ୍ଧ ଚାଷୀ ଗୁରୁତର

କୋଟପାଡ଼, ୫ / ୬ : — କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ଅଧୀନସ୍ଥ ଗୁମୁଡା ପଞ୍ଚାୟତରେ ଗୁରୁବାର ଭୋରେ ଘଟିଥିବା ଏକ ଭୟାନକ ଘଟଣାରେ ଜଣେ ବୃଦ୍ଧ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହେବା ସହ ଜୀବନ ନୀରାପତ୍ତା ନେଇ ଚିନ୍ତା ଜଣେଇଛି ସ୍ଥାନୀୟ ଅଞ୍ଚଳବାସୀ।
ପୀଡିତ ଚାଷୀଙ୍କ ନାମ ରାଧା ଚାଲନ (୬୦), ଯିଏ ଗୁମୁଡା ପଞ୍ଚାୟତର ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀ ପାର୍ଶ୍ୱରେ ଥିବା ମକା ଚାଷ କ୍ଷେତ୍ରରେ ରାତି ରୁହି ଫସଲ ରକ୍ଷା କରୁଥିଲେ। ସ୍ଥାନୀୟ ସୂଚନା ଅନୁଯାୟୀ, ବୁଧବାର ରାତିରେ ସେ ସେଠାରେ ଘୁମୁଥିବା ବେଳେ, ଭୋର ସମୟ ୪ଟା ଗଢ଼ିଲେ ଗଛପଛ ଆସିଥିବା ଏକ ବନ୍ୟ ଭାଲୁ ହଠାତ୍ ଆକ୍ରମଣ କରିଥିଲା।
ଭାଲୁର ଆକ୍ରମଣରେ ରାଧାଙ୍କ ମୁହଁ ଓ ମୁଣ୍ଡ ଅଂଶରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ଭୟଭୀତ ଅବସ୍ଥାରେ ସେ ପାଟି କରିବା ପରେ ନିକଟରେ ଘୁମୁଥିବା ଅନ୍ୟ ଚାଷୀମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ।
ଘଟଣା ପରେ ତାଙ୍କୁ ତୁରନ୍ତ ଜୟପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି, ଯେଉଁଠି ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ତାଙ୍କର ଅବସ୍ଥା ଗୁରୁତର ହେବା ନେଇ ଡାକ୍ତରମାନେ ଜଣାଇଛନ୍ତି।
ପର୍ବତୀୟ ଓ ଜଙ୍ଗଲା ଅଞ୍ଚଳରେ ଏପରି ବନ୍ୟଜନ୍ତୁ ଆକ୍ରମଣ ମଧ୍ୟ ଅନେକ ଥର ସାମ୍ନାକୁ ଆସୁଥିବା ବେଳେ ଏହା ଆଉଥରେ ପ୍ରଶାସନଙ୍କୁ ନିରାପତ୍ତା ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ପାଇଁ ବାଧ୍ୟ କରିଛି। ସ୍ଥାନୀୟ ଅଞ୍ଚଳବାସୀ ଦାବି କରୁଛନ୍ତି ଯେ, ଅନୁସୂଚୀତ ବନଅଞ୍ଚଳରେ ରାତି ହେଲେ ନିୟମିତ ରାଉଣ୍ଡ ଓ ଜନସଚେତନତା କାର୍ଯ୍ୟକ୍ରମ ଆବଶ୍ୟକ।