Hot Posts

6/recent/ticker-posts

ମଦ ଉପରେ ସରକାରଙ୍କ ନଜର, ଆସୁଛି ନୁଆଁ ନୀତି

ଭୁବନେଶ୍ୱର, ୨ / ୬ : ଓଡ଼ିଶାର ଅବକାରୀ ବ୍ୟବସ୍ଥାପନା ଅପେକ୍ଷିତ ପରିବର୍ତ୍ତନ ଦିଗରେ ବଢ଼ୁଛି। ଶୀଘ୍ର ଏକ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବାକୁ ଯାଉଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗତ ସୋମବାର ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି। ମନ୍ତ୍ରୀଙ୍କ କଥାନୁସାରେ, ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ମଧ୍ୟରେ ଏହି ନୂତନ ନୀତି ପ୍ରଭାବୀ ହେବ। ତେବେ ଏହି ନୀତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ କୌଣସି ନୂଆ ମଦ ଦୋକାନ ଖୋଲିବା ନୁହେଁ ବୋଲି ସେ ସଫା ସଫା ଭାବେ କହିଦେଇଛନ୍ତି। ନୂଆ ନୀତି ଆକୃତି ଦେବା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟର ମଦ ନୀତିର ଅନୁଧ୍ୟାନ କରିବାକୁ ତିନିଟି ଟିମ୍ ଗଠନ କରିଛି। ଏହି ଟିମ୍‌ଗୁଡ଼ିକୁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କେରଳ ଓ ତାମିଲନାଡୁ ରେ ପଠାଯିବ। ସେଠାରେ ଚାଲିଥିବା ମଦ ନୀତି ବ୍ୟବସ୍ଥା, କାର୍ଯ୍ୟକ୍ଷମତା ଓ ଚ୍ୟାଲେଞ୍ଜ ନେଇ ସମ୍ପୂର୍ଣ୍ଣ ଅନୁଧ୍ୟାନ କରି, ଟିମ୍ ଗୁଡ଼ିକ ଆସନ୍ତା ୭ ଓ ୮ ତାରିଖ ମଧ୍ୟରେ ଫେରିବେ ବୋଲି ସୂଚନା ମିଳିଛି। ନୂଆ ନୀତିରେ ବେଆଇନ ମଦ ବ୍ୟବସ୍ଥା ରୋକ ପାଇଁ ଏବଂ ଦଣ୍ଡବିଧାନ ଶକ୍ତ କରିବା ଉପରେ ଜୋର ଦିଆଯିବ। ପୁରୁଣା ନୀତିର ଅସୁବିଧା ବିଷୟରେ ମନ୍ତ୍ରୀଙ୍କ ମତ, ଏବେ ସେଗୁଡ଼ିକୁ ସୁଧାରି ଏକ ତିନି ବର୍ଷର ନୀତି ରୂପରେ ଲାଗୁ କରାଯିବ। ଏହି ପଦକ୍ଷେପ ଓଡ଼ିଶାର ଅବକାରୀ ନୀତିକୁ ଏକ ନୂଆ ମୂଖ୍ୟଧାରା ଦିଆଇପାରିବ ବୋଲି ଅନୁମାନ କରାଯାଉଛି। ଅନ୍ୟ ରାଜ୍ୟର ସୁଠାମ ଅଭିଗମ ଓ ଏଠାରୁ ମିଳୁଥିବା ଶିକ୍ଷା ରାଜ୍ୟର ଅବକାରୀ ନୀତିର ପାରଦର୍ଶିତା ଓ କାର୍ଯ୍ୟକ୍ଷମତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିପାରିବ।