ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗରେ ଗଞ୍ଜିଲା ପରିବାର
ନୂଆପଡ଼ା, ୨୭ / ୫ : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦେଓଦରା ଗ୍ରାମରେ ଜଣେ ବିବାହିତା ଯୁବତୀଙ୍କ ଝୁଲନ୍ତା ଶବ ମିଳିଥିବା ଘଟଣା ଦେଶର ମହିଳା ସୁରକ୍ଷା ପ୍ରଶ୍ନକୁ ଆଉଥରେ ଉଜାଗର କରିଛି। ମୃତା ନାରୀ ହେଲେ ଯମୁନା ହେର୍ନା (୨୯), ଯିଏ ଦେଓଦରା ପଞ୍ଚାୟତର ମଳିକମୁଣ୍ଡା ଗ୍ରାମର ବାସିନ୍ଦା।
ପୋଲିସ ସୂଚନା ଅନୁଯାୟୀ, ଯମୁନା ୨୦୨୧ ମସିହାରେ ବୋଡ଼େନ ବ୍ଲକର କର୍ଲାକୋଟ ଗ୍ରାମ ଅବସ୍ଥିତ ଦିଶ କଟାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଘରେ ନିର୍ଯାତନା ଓ ଦୁର୍ବ୍ୟବହାରର ଅଭିଯୋଗ ଜଣାପଡ଼ିଥିଲା। ଏହି ମଧ୍ୟରେ ଚଳିତ ମେ ୮ରେ ଦିଶ ଦ୍ୱିତୀୟ ବିବାହ କରିଥିବା ସୂଚନା ମିଳିଥିବାରୁ ଯମୁନା ମାନସିକ ଭାବେ ଅସ୍ଥିର ହୋଇ ପରିବାରରୁ ଚୁପଚାପ ଚାଲିଯାଇଥିଲେ।
ଯମୁନା ନିଖୋଜ ହେବା ପରେ ବାପଘର ଲୋକେ ଥାନାରେ ଏକ ଅନୁସନ୍ଧାନ ଅଭିଯୋଗ ଦାଖଲ କରିଥିଲେ। ରବିବାର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଗଛ ଗାଁଠି ତାଙ୍କ ଝୁଲନ୍ତା ଶବ ମିଳିଥିବା ସୂଚନା ପ୍ରାପ୍ତ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।
ଯମୁନାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ବିବାହ କରିଥିବା ଦିଶ ଝିଅକୁ ମାରିଦେଇ, ପ୍ରମାଣ ନଷ୍ଟ ପାଇଁ ଏହାକୁ ଆତ୍ମହତ୍ୟା ଭାବେ ରୂପାନ୍ତର କରିଛନ୍ତି। ପୋଲିସ ଏ ଘଟଣାରେ ହତ୍ୟା ସନ୍ଦେହରେ ମାମଲା ରୁଜୁ କରି ପୁରା ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରୁଛି।ଏହି ଘଟଣା ମଧ୍ୟମରେ ଏକ ପ୍ରଶ୍ନ ସାମ୍ନାକୁ ଆସୁଛି: ବିବାହ ଉପରେ ଅନ୍ୟାୟ, ଦ୍ୱିତୀୟ ବିବାହର ନାମରେ ନାରୀ ଜୀବନ ଓ ଅସ୍ମିତା କେତେ ଅସୁରକ୍ଷିତ?