Hot Posts

6/recent/ticker-posts

ଖଣି ମାଫିଆ ବିରୋଧରେ କଡା ପଦକ୍ଷେପ, ରାଜସ୍ୱ ମନ୍ତ୍ରୀ ସୁରେଶ......

ସୁନ୍ଦରଗଡ, ୨୭ / ୫ :  – ରାଜ୍ୟର ଖଣି ଅଞ୍ଚଳରେ ଚାଲିଥିବା କୋଇଲା ଓ ମାଙ୍ଗାନିଜ ଚୋରିକୁ ନେଇ ଅନ୍ତତଃ ସରକାର କଡା ପଦକ୍ଷେପ ଗ୍ରହଣ କରିଛି। ସୁନ୍ଦରଗଡ ଜିଲ୍ଲା ସଂପର୍କରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ରାଜସ୍ୱ ଓ ଖଣି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଅବୈଧ ଖନନ କାଣ୍ଡରେ ସଂପୃକ୍ତ ଥିବା ମାଫିଆମାନେ କିମ୍ବା ସରକାରୀ ଅଧିକାରୀ — କେହି ବି ଛଡ଼ାପାଇବେ ନାହିଁ। ଆଇନ ଅନୁଯାୟୀ ସବୁଠି କଡା କାର୍ଯ୍ୟାନୁଷ୍ଠାନ ହେବ।"
ମନ୍ତ୍ରୀଙ୍କ ଗସ୍ତ ସମୟରେ ବିକାଶ ଭବନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଖଣି ଚୋରିକୁ ନେଇ ଗଠିତ ଏସଆଇଟି (SIT) ର କାର୍ଯ୍ୟକୁ ଅଧିକ ମଜବୁତ କରିବା, ମାଫିଆମାନଙ୍କ ପ୍ରତି ବିଶେଷ ରଣନୀତି ଗଠନ କରି ଅଭିଯାନ ଚାଲାଇବା ନେଇ ନିଷ୍ପତ୍ତି ହୋଇଛି।
ବାଲି ମାଫିଆମାନଙ୍କ ବିରୁଦ୍ଧରେ ମଧ୍ୟ ଏକ ସ୍ୱତନ୍ତ୍ର ଯୋଜନା ରୂପାୟଣ ହେଉଛି। ବିଶେଷ କରି ଆବାସ ଯୋଜନାର ହିତାଧିକାରୀମାନେ କିପରି ମାଗଣାରେ ବାଲି ପାଇପାରିବେ, ସେନେଇ ଯୋଜନା ତିଆରି ହେଉଛି।
ଏହାସହ, ଓଡ଼ିଶାର ସୀମା ସଂକ୍ରାନ୍ତ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଗୃହ କମିଟି ଗଠନ ହୋଇଛି। ମନ୍ତ୍ରୀ ପୂଜାରୀ କହିଛନ୍ତି, “ଏହି ବିବାଦ ନିରାକରଣ ପାଇଁ ପ୍ରକ୍ରିୟା ଦୃତ ଗତିରେ ଚାଲୁଛି, ଏବଂ ଖୁବ୍‌ଶୀଘ୍ର ଏହାର ସମାଧାନ ହେବ।”
ସରକାରୀ ମନ୍ତ୍ରଣାଳୟର ଏହି ତଦନ୍ତପୂର୍ଣ୍ଣ ଏବଂ ତତ୍ପର ଅଭିଗମ ମାଧ୍ୟମରେ ଜିଲ୍ଲା ଓ ରାଜ୍ୟରେ ରୂପାନ୍ତରକାରୀ ପରିବର୍ତ୍ତନ ଆଣିବା ଆଶା କରାଯାଉଛି।