Hot Posts

6/recent/ticker-posts

ଚଣ୍ଡୀଗଢ଼ ଆକାଶରେ ଯୁଦ୍ଧର ଛାୟା: ବାୟୁସେନା ଷ୍ଟେସନରୁ ଏୟାର ଏଟେକ ଚେତାବନୀ

ନୂଆଦିଲ୍ଲୀ, ୯ / ୫ : ଭାରତ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଚଣ୍ଡୀଗଢ଼ ନାଗରିକ ଏକ ଭୟଭୀତ ସକାଳ ଦେଖିଲେ। ଆକାଶବାଣୀ ଭଳି ପ୍ରତିଧ୍ୱନିତ ହେବାକୁ ଲାଗିଥିଲା ସାଇରନ୍‌ର ଶବ୍ଦ, ଯାହା ଏକ ଏୟାର ଅଟାକ୍ ଅଲର୍ଟ ବା ସମ୍ଭାବ୍ୟ ବିମାନ ଆକ୍ରମଣ ଚେତାବନୀ ଥିଲା। ଏହି ଚେତାବନୀ ଜାରି କରିଥିଲା ଭାରତୀୟ ବାୟୁସେନା, ଯାହା ପାକିସ୍ତାନ ପକ୍ଷରୁ ଆସୁଥିବା ଆତଙ୍କ ପୂର୍ଣ୍ଣ ଚକ୍ରାନ୍ତକୁ ଉଦ୍‌ଭାସିତ କରେ।
ବାୟୁସେନା ଷ୍ଟେସନ ରୁ ଜାରି ହୋଇଥିବା ଅନୁଷ୍ଠାନିକ ନିର୍ଦ୍ଦେଶରେ ସହରବାସୀଙ୍କୁ ବାଲକୋନି ବା ଖୋଲା ସ୍ଥାନ ରେ ନ ଯିବାକୁ, ଓ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ନିର୍ବାଚିତ ପ୍ରଶାସନ ଓ ସେନା ବାହିନୀ ଉଚ୍ଚସ୍ତରୀୟ ତତ୍ପରତା ରଖିଛନ୍ତି।
ସୂଚନା ଅନୁଯାୟୀ, ମେ ୮ ଓ ୯ ତାରିଖ ମଧ୍ୟରାତ୍ରୀରେ, ପାକିସ୍ତାନ ଜମ୍ମୁ, ପଠାନକୋଟ ଓ ଅନ୍ୟାନ୍ୟ ଉତ୍ତର ଏବଂ ପଶ୍ଚିମ ସୀମା ଅଞ୍ଚଳରେ ଯୁଦ୍ଧବିରତି ଉଲ୍ଲଂଘନ କରି ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିବା ପ୍ରୟାସ କରିଥିଲା। କିନ୍ତୁ, ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ, ଯାହା ବିଶ୍ୱରେ ସବୁଠୁ ପ୍ରଭାବଶାଳୀ ବିମାନବିରୋଧୀ ପ୍ରଣାଳୀ ମଧ୍ୟରୁ ଗଣାଯାଏ, ଏହି ଆକ୍ରମଣକୁ ଅନୁପୁମ ତାଲମେଳରେ ବିଫଳ କରିଦେଲା
ପାକିସ୍ତାନର ଉଦ୍ୟମର ଉଚିତ ପ୍ରତିଶୋଧ ରୂପେ, ଭାରତ କାମିକାଜେ ଡ୍ରୋନ୍ ବ୍ୟବହାର କରି ଲାହୋରରେ ପାକିସ୍ତାନର ଏକ ଏୟାର ଡିଫେନ୍ସ ବେସକୁ ଟାର୍ଗେଟ କରି ଧ୍ୱଂସ କରିଛି। ଏହି ଅଭିଯାନ ପ୍ରମାଣ କରେ ଯେ, ଭାରତ କେବଳ ରକ୍ଷାରେ ନୁହେଁ, ପ୍ରତିଆକ୍ରମଣ ରେ ମଧ୍ୟ ପୁରା ପ୍ରସ୍ତୁତ ଅଛି।
ଚଣ୍ଡୀଗଢ଼ ମଧ୍ୟରାତ୍ରୀ ଆକାଶରେ ସାଇରନ୍‌ର ଶବ୍ଦ ଓ ଲୋକମାନଙ୍କ ଚିନ୍ତା ଯେଉଁଠି ଏକ ଭୟଙ୍କର ସୂଚନା ନେଇ ଆସିଥିଲା, ସେଠିଏ ସେନା ଓ ବାୟୁସେନା ପକ୍ଷରୁ ଆଶ୍ବାସନ ଦିଆଯାଇଛି—ଭାରତ ନ ମାତ୍ର ଜାଗ୍ରତ ଅଛି, ବରଂ ଯେକୌଣସି ଚ୍ୟାଲେଞ୍ଜକୁ ମୁହାଁ ଦେବାକୁ ସଦା ତତ୍ପର।