Hot Posts

6/recent/ticker-posts

ଭାରତର ଆକାଶ ସୀମାରେ ପ୍ରତିଶୋଧ ର ନିଆଁ : ପାକିସ୍ତାନ ଡ୍ରୋନ୍ ଚକ୍ରାନ୍ତ ଧ୍ୱଂସ କଲା ସେନା


ନୂଆଦିଲ୍ଲୀ, ୯ / ୫ :ଭାରତ ପାଇଁ ଶାନ୍ତିର ପଥ ହେଉଛି ପ୍ରଥମ ପସନ୍ଦ, କିନ୍ତୁ ସୀମା ସୁରକ୍ଷା ଉପରେ ଯେଉଁ କେହି ଦୃଷ୍ଟିପାତ କରିବ, ତାହାକୁ ମୂଲ୍ୟ ଦେଇ ଚୁକାଇବାକୁ ପଡ଼ିବ। ପାକିସ୍ତାନ ପୁଣିଥରେ ଏକ ହୀନ ଚକ୍ରାନ୍ତ ରଚି, ଭାରତ ବିରୋଧରେ LOC (Line of Control) ଓ IB (International Border) ଉପରେ ଡ୍ରୋନ୍ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣର ତୁରନ୍ତ ପ୍ରତିକ୍ରିୟାରେ, ଭାରତୀୟ ସେନା ପ୍ରଭାବଶାଳୀ  ଜବାବ ଦେଇଛି। ସେନା ପକ୍ଷରୁ ଦାବି କରାଯାଇଛି ଯେ, ଅନୁମାନିତ ୫୦ରୁ ଅଧିକ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଏହି ଅଭିଯାନରେ ବ୍ୟବହୃତ ହୋଇଥିଲା ଏଲ-୭୦ ଗନ୍, ZU-23mm ଆଣ୍ଟି-ଏୟାରକ୍ରାଫ୍ଟ ଗନ୍ ଏବଂ ସିଲକା ପ୍ରଣାଳୀ—ଯାହା ଅତ୍ୟାଧୁନିକ ଏବଂ ଦ୍ରୁତ ପ୍ରତିକ୍ରିୟା ଦେବାରେ ସକ୍ଷମ।
ସେନା ବୃତ୍ତମୂଳକ ସୂଚନା ଅନୁଯାୟୀ, ପାକିସ୍ତାନ ଏହି ଡ୍ରୋନ୍ ଚାଲିଥିଲା ଭାରତର ନିରାପତ୍ତା ବ୍ୟବସ୍ଥାକୁ ଟେଷ୍ଟ କରିବାକୁ ଓ ଗୋପନୀୟ ତଥ୍ୟ ସଂଗ୍ରହ କରିବାକୁ, କିନ୍ତୁ ଏହି ପ୍ରୟାସ ପ୍ରାରମ୍ଭରେ ଧ୍ୱଂସ ହୋଇଗଲା।