Hot Posts

6/recent/ticker-posts

ସରଣ୍ଡା ରେ ଘେରାଉ: ମାଓ ଗଡ଼କୁ ଅନ୍ତିମ ଚ୍ୟାପ୍ଟର ଦେବାକୁ ଘେରିଛନ୍ତି ୧୦ ହଜାର ଯବାନ

ବିଶ୍ରା (ସୁନ୍ଦରଗଡ–ଝାଡ଼ଖଣ୍ଡ ସୀମା) ୧୪ / ୫ : ବର୍ଷଧରି ମାଓବାଦୀ ଅନ୍ଦୋଳନର ଏକ ଅଦୃଶ୍ୟ ମୁଖ୍ୟ ଗଡ଼ ଭାବେ ଥିବା ଝାଡ଼ଖଣ୍ଡ–ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲକୁ ଏବେ ଘେରି ନେଇଛନ୍ତି ଦେଶର ସର୍ବଶକ୍ତିଶାଳୀ ସୁରକ୍ଷା ବାହିନୀ । ଏପ୍ରିଲ ୨୧ରେ ବୋକାରୋର ଲୁଗୁପାହାଡ଼ ତଳେ ଘଟିଥିବା ଏନ୍‌କାଉଣ୍ଟର ପରେ ଏହି ଅଭିଯାନ ଅନ୍ୟ ରୂପ ଧାରଣ କରିଛି। ଏଥିରେ କୋବ୍ରା ବାଟାଲିୟନ, ସିଆରପିଏଫ୍, ଝାଡ଼ଖଣ୍ଡ ଜାଗୁଆର, ଏବଂ ପ୍ରାନ୍ତୀୟ ପୁଲିସ ବଳ ଲୋକଲିଜ୍‌ ଟେରରିଜ୍ମକୁ ଶେଷ କରିବା ଲକ୍ଷ୍ୟରେ ଅପରେସନ୍‌ ଚାଲାଇଛନ୍ତି।
ସରଣ୍ଡା ଘନ ଜଙ୍ଗଲରେ ମାଓବାଦୀ ନେତୃତ୍ୱର ମୁଖ୍ୟ ଶକ୍ତି କେନ୍ଦ୍ରିତ ହୋଇଛି। ଏଠି ଲୁଚିଥିବା କୁଖ୍ୟାତ ନେତାମାନଙ୍କ ମଧ୍ୟରେ ମିସିର ବେସରା, ଅନ୍‌ମୋଲ ଦା, ମୋଛୁ, ଅଶ୍ବିନ, ସାଗେନ ଅଙ୍ଗାରିଆ, ଅମିତ ହାଁସଦା, ଚନ୍ଦନ ଲୋହାରା, ଓ ଅଜୟ ମାହାତୋ ଭଳି ନାମ ରହିଛି, ଯେଉଁମାନଙ୍କ ଉପରେ କେନ୍ଦ୍ର ବଡ଼ ଇନ୍‌ପୁଟ୍‌ ଦେଇଛି।
ଅପରେସନ୍‌ର ରୂପରେ ଦେଖାଯାଉଛି ଏକ ଯୁଦ୍ଧସଜ୍ଜା:
କୋବ୍ରା ୨୦୩, ୨୦୯ ବାଟାଲିୟନ
ସିଆରପିଏଫ୍ ୨୬, ୬୦, ୧୩୪, ୧୭୪, ୧୯୩, ୧୯୭ ବାଟାଲିୟନ
ଝାଡ଼ଖଣ୍ଡ ଜାଗୁଆର ବିଶେଷ ବଳ
ଜେପି, ଆଇଆର୍‌ବି, ରାଜ୍ୟ ପୁଲିସ ବଳ
ଗୋଟିଏ ବାଟାଲିୟନରେ ପ୍ରାୟ ୧୨୦୦ ଯବାନ ଥିବା ଧାରଣା କରାଯାଉଛି, ଯାହାଫଳରେ ୮ଟି ବାଟାଲିୟନରେ ମୋଟ ସେନା ବଳ ୯,୬୦୦ ପାଖାପାଖି ରହିଛି। ଏଥିରେ ଆଉ ଯୋଗ ହୋଇଛନ୍ତି ଲୋକାଲ ଇଣ୍ଟେଲିଜେନ୍ସ ଓ ପ୍ରାନ୍ତୀୟ ବଳ।
ମାଓ ଆନ୍ଦୋଳନକୁ ମୂଳରୁ ଧ୍ୱଂସ କରିବା। ଏହି ଅପରେସନ୍‌ କେବଳ ଗୋଟିଏ ଘଟଣାକୁ ପ୍ରତିକ୍ରିୟା ନୁହେଁ, ବରଂ ଏହା ହେଉଛି ଏକ ଅନ୍ତିମ ଘେରାଉ—ଏକ 'ଜିରୋ ଟୋଲରେନ୍ସ ପଲିସି' ର ଚିତ୍ରଣ।
ଏହି ଅଭିଯାନ ବାସ୍ତବରେ ମାଓବାଦୀ ସଂଗଠନ ପାଇଁ ବଡ଼ ଆଘାତ ସାବିତ ହେବାର ସମ୍ଭାବନା ରହିଛି। ସେମାନଙ୍କର ଘାତକ ଶକ୍ତିକୁ ଭାଙ୍ଗିଦେବା, ସେବାସହ ଅଞ୍ଚଳରେ ସ୍ଥାୟୀ ଶାନ୍ତି ସ୍ଥାପନ କରିବା ଏହି ଅପରେସନ୍‌ର ପ୍ରମୁଖ ଲକ୍ଷ୍ୟ।