Hot Posts

6/recent/ticker-posts

୬ ଦଶକ ପରେ ମଧ୍ୟ ସରକାରୀ ମାନ୍ୟତାରୁ ବଞ୍ଚିତ: ସୋନପୁର ମହାବିଦ୍ୟାଳୟ ପାଇଁ ପୁରୁଣା ଛାତ୍ରମାନଙ୍କ ଦାବି

ବିନିକା, ୨୬ / ୫ : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ସୋନପୁର ମହାବିଦ୍ୟାଳୟ ପାଇଁ ବର୍ଷ ପରେ ବର୍ଷ ଧରି ଅପେକ୍ଷା ଚାଲିଥିବା ସରକାରୀ ମାନ୍ୟତା ଏ ପର୍ଯ୍ୟନ୍ତ ମିଳିନାହିଁ। ୧୯୬୪ରୁ ଶିକ୍ଷା ଜ୍ଵାଳା ଜଗାଇ ଆସୁଥିବା ଏହି ବୃଦ୍ଧ ଶିକ୍ଷାତନ୍ତ୍ର ପାଇଁ ୬୧ ବର୍ଷ  ବିତିଗଲେ ମଧ୍ୟ ସରକାରୀ ମାନ୍ୟତା ନ ମିଳିବା ନେଇ ଅସନ୍ତୋଷ ତେଜ ହୋଇଛି।
ପ୍ରତିଷ୍ଠା ମଧ୍ୟରେ ଅବହେଳାର ଅନ୍ଧକାର ଯୁଗ ପାର କରୁଥିବା ସୋନପୁର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରାତନ ଛାତ୍ର ସଂଘର ବାର୍ଷିକ ବୈଠକରେ ଏହି ମାନ୍ୟତା ନେଇ ଗଭୀର ଆଲୋଚନା ହୋଇଥିଲା। ବୈଠକରେ ଅଂଶଗ୍ରହଣ କରିଥିବା ପ୍ରାୟ ୫୦୦ରୁ ଅଧିକ ପୁରୁଣା ଛାତ୍ରଛାତ୍ରୀ ଏହି ଅବସ୍ଥାକୁ ‘ସିଷ୍ଟମ ଫେଲିଅର’ ଭାବରେ ବିବେଚନା କରି ସ୍ପଷ୍ଟ କହିଛନ୍ତି – ଏଯାଁ ଅଧିକ ଅବହେଳା ଭଲିବା ନୁହେଁ।
ବୈଠକରେ ଉପସ୍ଥିତ ବିଭିନ୍ନ ପୁରୁଣା ଛାତ୍ରମାନେ ଦାବି କରିଛନ୍ତି ଯେ, ଏହି ମହାବିଦ୍ୟାଳୟର ଐତିହ୍ୟ, ଶିକ୍ଷା ଗୁଣବତ୍ତା ଓ ସମାଜ ପ୍ରତି ଯୋଗଦାନ ଥିଲେ ମଧ୍ୟ, ସରକାରୀ ମାନ୍ୟତା ନ ମିଳିବା ରାଜନୈତିକ ଅଗ୍ରହ ଓ ଅନୁଦାନ ନୀତିର ଫଳ। ତେଣୁ ଏବେ ଆଗାମୀ ଦିନରେ ଏହି ମାନ୍ୟତା ଦାବିକୁ ନେଇ ଗାଁରୁ ଗାଁ, ଶ୍ରେଣୀରୁ ଶ୍ରେଣୀ ଜାଗୃତି ସୃଷ୍ଟି କରିବା ସହ ବୃହତ ଆନ୍ଦୋଳନର ପଥକୁ ଅଙ୍ଗୀକାର କରିବା ପ୍ରସ୍ତାବ ପାସ୍ ହୋଇଛି।