ଭାରତ ରେ ଅଛନ୍ତି ୫ ଲକ୍ଷ ରୁ ଅଧିକ ପାକିସ୍ତାନୀ ଝିଅ
ଭାଜପା ସାଂସଦ ନିଶିକାନ୍ତ ଦୁବେ ଭାରତର ରାଜନୈତିକ ମଞ୍ଚକୁ ହଳାଇଦେଇଛନ୍ତି! ସୋସିଆଲ ମିଡିଆ ମାଧ୍ୟମରେ ସେ ଦାବି କରିଛନ୍ତି — ଭାରତରେ ପାଞ୍ଚ ଲକ୍ଷରୁ ଅଧିକ ପାକିସ୍ତାନୀ ଝିଅ ବିବାହ କରି ରହିଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ଭାରତୀୟ ନାଗରିକ ନୁହଁନ୍ତି ! ଦୁବେ କଠୋର ସନ୍ଦେଶ ଦେଇଛନ୍ତି — "ଭିତର ଆତଙ୍କବାଦୀ" ମାନଙ୍କ ଠାରୁ ଆମକୁ ସାବଧାନ ହେବାକୁ ପଡ଼ିବ! ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଛି ଏବଂ ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛି। ନିଶିକାନ୍ତ ଦୁବେ ଆଗକୁ ଆସି କହିଛନ୍ତି — "ପାକିସ୍ତାନର ଅଧିକାଂଶ ଭୂମିକୁ ଫେରାଇ ନେବା ସହିତ, ପାକିସ୍ତାନକୁ ବେଲୁଚିସ୍ତାନ, ପସ୍ତୁନିସ୍ତାନ ଓ ପଞ୍ଜାବ ଭଳି ଭାଗରେ ବିଭକ୍ତ କରାଯିବ।" ସେ କହିଛନ୍ତି, ଏହି ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରିବେ ବୋଲି ଖବର ମିଳିଛି