Hot Posts

6/recent/ticker-posts

୧୪ ବର୍ଷ ବୟସର ନାବାଳିକା ଗର୍ଭବତୀ, ୬ ମାସ ହେଲାଣି ରହିଛି ଗର୍ଭ

ରାୟଗଡ଼ା, ୧୯ / ୪ :  ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ସମ୍ମୁଖରେ ଆସିଛି। ଜଣେ ମାତ୍ର ୧୪ ବର୍ଷ ବୟସର ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହେବା ଘଟଣା ଏବେ ସ୍ଥାନୀୟ ପ୍ରଶାସନ ସହ ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି।

ଘଟଣା ଅନୁସାରେ, ଉକ୍ତ ନାବାଳିକାଙ୍କ ଏକ ୧୭ ବର୍ଷୀୟ ନାବାଳକ ସହ ପ୍ରେମ ସମ୍ପର୍କ ଥିଲା, ଯିଏ ଦେବଗିରୀ ମହାବିଦ୍ୟାଳୟର ଯୁକ୍ତ ପ୍ରଥମ ବର୍ଷର ଛାତ୍ର। ଏହି ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତି ହୋଇଥିବା ଓ ତାହାର ଫଳରେ ନାବାଳିକା ଗର୍ଭବତୀ ହୋଇପଡ଼ିଥିବା ଜଣାପଡିଛି।ଅବିଭାକ୍ତ ସମ୍ପର୍କ ପରେ ନାବାଳିକାଙ୍କ ପରିବାର ତାଙ୍କୁ ନାବାଳକଙ୍କ ଘରେ ଛାଡି ଦେଇଥିଲେ, ଯାହା ନୈତିକ ଓ ସାମାଜିକ ମୂଲ୍ୟବୋଧ ପ୍ରତି ଏକ ଗଭିର ପ୍ରଶ୍ନ ଉଠାଏ। ଏହି ଘଟଣା ରବିବାର ଜଣାପଡିବା ପରେ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଶିଶୁ ମଙ୍ଗଳ କମିଟି ଉକ୍ତ ନାବାଳିକାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।ଘଟଣା ସନ୍ଦର୍ଭରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବିଦୁଲତା ହୁଇକା ଅବଗତ କରାଇଛନ୍ତି ଯେ, ନାବାଳିକାଙ୍କୁ ଦୀର୍ଘ ସମୟ ଧରି ପଚାରାଉଚରା କରାଯାଇଛି ଓ ତଦନ୍ତ ଚାଲିଛି। ଏହି ଘଟଣା କେବଳ ଏକ ପରିବାରିକ ଅପରିପକ୍ୱତାର ପ୍ରତିଫଳନ ନୁହେଁ, ବରଂ ସମାଜିକ ଓ ପ୍ରଶାସନିକ ଅବ୍ୟବସ୍ଥାର ଏକ ଜୀବନ୍ତ ଉଦାହରଣ।

ଏହି ଘଟଣା ଏକ ପ୍ରଶ୍ନ ଉଠାଏ—ସେହି ନିୟମ, ଶିକ୍ଷା, ସଚେତନତା କାହିଁକି ଏପରି ଅପରିପକ୍ୱ ଅବସ୍ଥାରେ ଏକ ଶିଶୁ ଜୀବନ ଦୁଃଖ ଓ ଜଟିଳତାର ଶିକାର ହେଉଛି? ଏହି ମାମଲା ସମାଜ ଓ ବ୍ୟବସ୍ଥା ପାଇଁ ଏକ ଅନ୍ତର୍ଦ୍ଦର୍ଶୀ ଶିକ୍ଷା ଅବଶ୍ୟକ ।