Hot Posts

6/recent/ticker-posts

ପାନୀୟଜଳ ଅଭାବ ନେଇ ଗ୍ରାମବାସୀଙ୍କ ଗର୍ଜନ: ଛଅ ମାସ ଧରି ବନ୍ଦ ସୋଲାର ପ୍ରକଳ୍ପ, ଜିଲାପାଳଙ୍କୁ ଦାବୀପତ୍ର

ଦେବଗଡ଼, ୨୯/୪: ତିଲେଇବଣି ବ୍ଲକ ଅନ୍ତର୍ଗତ ଝରାଗୋଗୁଆ ଗ୍ରାମପଞ୍ଚାୟତର ଫୁଲପଥରଖୋଳ ଗ୍ରାମରେ ଖରାର ରୂଦ୍ରତା ମଧ୍ୟରେ ଜଳସଙ୍କଟ ଏବେ ଜୀବନ-ମୃତ୍ୟୁର ଲଢ଼େଇକୁ ନେଇଛି। ଏକ ସୋଲାର ଜଳପାନ ପ୍ରକଳ୍ପ ଉଦ୍‌ଘାଟିତ ହେଉଥିବା ସତ୍ତ୍ୱେ ପୂର୍ଣ୍ଣ ଛଅ ମାସ ଧରି ଏହା ବନ୍ଦ ଥିବା ଓ ଗ୍ରାମବାସୀ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ନେଇ ଚିନ୍ତା ଓ କ୍ଷୋଭ ବଢ଼ିଛି।ନଳକୂପରୁ ମିଳୁଥିବା ଗୋଳିଆ, ଦୂଷିତ ପାଣି ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ଜଳଜନିତ ରୋଗରେ ପୀଡ଼ିତ ହେଉଥିବା ବେଳେ, ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅନେକଥର ଅନୁରୋଧ କରିବା ସତ୍ତ୍ୱେ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଏହି ସ୍ଥିତିରେ ଗ୍ରାମବାସୀ ଦେବଗଡ଼ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିକଟକୁ ଯାଇ ଲିଖିତ ଦାବୀପତ୍ର ଦାନ କରିଛନ୍ତି। ସେମାନଙ୍କ ମୁଖ୍ୟ ଦାବି — ବନ୍ଦ ଥିବା ସୋଲାର ପ୍ରକଳ୍ପକୁ ଚାଲୁ କରିବା, ଦୂଷିତ ନଳକୂପ ଅପସାରଣ କରି ସୁଦ୍ଧ ପାନୀୟଜଳ ବ୍ୟବସ୍ଥା କରାଯିବା ଓ ନୂତନ ଜଳସ୍ରୋତ ସୃଷ୍ଟି କରି ଗ୍ରାମ ଜନତାଙ୍କୁ ଦୁଃଖରୁ ମୁକ୍ତି ଦେବା।ପ୍ରଶାସନ ଏହି ଗୁହାରୀକୁ କେତେ ଗମ୍ଭୀରତାରେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେଇପାରିବ — ଏହିପରି ଅପେକ୍ଷାରେ ଗ୍ରାମବାସୀ ଆଶାପାଳି ଅଛନ୍ତି।