ବୁଧବାର ଲୋକସେବା ଭବନରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଗୁଡ଼ିକ ହେଲା :
୧. ଶିଳ୍ପ ପ୍ରୋତ୍ସାହନ ପାଇଁ ଉତ୍ପାଦ ଶୁଳ୍କ ନିୟମରେ ବଡ଼ ସଂଶୋଧନ, ଡିଷ୍ଟିଲେରୀ, ବଟଲିଂ ଇଉନିଟ୍, ବ୍ରୁଅରି ପାଇଁ ଅତିରିକ୍ତ ଘଣ୍ଟା ଶୁଳ୍କ ଛାଡ଼! ବ୍ୟବସାୟ ସହଜ, ନିବେଶ ଅନୁକୂଳ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଆଶା କରାଯାଉଛି
୨. ଏକ୍ସାଇଜ୍ କନେଷ୍ଟବଳଙ୍କ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ! ଓଡ଼ିଶା ସରକାର କଲା ଡିଭିଜନାଲ ରୁ ଜିଲ୍ଲା ସ୍ତରକୁ କ୍ୟାଡର ସ୍ଥାନାନ୍ତର। ନିଯୁକ୍ତି ପ୍ରକ୍ରିୟା ହେବ ଅଧିକ ସରଳ, ଏବଂ ପରିଚାଳନାରେ ଆସିବ ଦୃତ ଉନ୍ନତି! ସେବାରେ ମିଳିବ ନୂତନ ଗତି!
୩. କେନ୍ଦୁଝରରେ ଚାଷୀମାନେ ପାଇବେ ନୂଆ ଆଶା! ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ ୧୦୮ କୋଟି ଟଙ୍କାର ଟେଣ୍ଡରକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ। ବୈତରଣୀ କୂଳ କେନାଲ ଜଳସେଚନ ପ୍ରଣାଳୀ ଦ୍ୱାରା ୩,୪୫୦ ହେକ୍ଟର ଜମି ଉପକୃତ, ଚାଷୀଙ୍କ ଆର୍ଥିକ ସ୍ଥିତିରେ ଆସିବ ଦୃତ ଉନ୍ନତି!
୪. ମହିଳା ଓ ଶିଶୁ କଲ୍ୟାଣ ସେବାରେ ବଡ଼ ପଦକ୍ଷେପ! ଅଙ୍ଗନୱାଡି କର୍ମୀଙ୍କ ପାଇଁ ଜୁନିଅର ଗ୍ରେଡ୍ ନିଯୁକ୍ତିରେ ଏବେ ବାଧ୍ୟତାମୂଳକ ସ୍ନାତକ ଯୋଗ୍ୟତା! ଶିଶୁ ସୁରକ୍ଷା ଓ ଅଧିକ ପ୍ରଯୁକ୍ତିମୁଖୀ ସେବା ପାଇଁ ଏହି ନିଷ୍ପତ୍ତି, ବିଦ୍ୟମାନ କର୍ମଚାରୀ ମାନଙ୍କୁ ମିଳିବେ ରାହତ!
୫. କ୍ୟାବିନେଟ୍ ଅନୁମୋଦନ କଲା କ୍ୟାଡର ପୁନର୍ଗଠନ, ସାମାଜିକ ନ୍ୟାୟକୁ ନେଇ ଅଧିକ ସକ୍ରିୟ ହେବ ସରକାର! ଅନୁସୂଚିତ ଜନଜାତି, ଜାତି ଓ ଅବହେଳିତ ଗୋଷ୍ଠୀ ପାଇଁ ଆସୁଛି ୨୪ଟି ନୂଆ ପଦବୀ – ଏବେ ଅଧିକ ସମ୍ପୃକ୍ତି, ଅଧିକ ପ୍ରଭାବ!
୬. ଓଡ଼ିଶାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ ବୃହତ୍ ପଦକ୍ଷେପ! କ୍ୟାବିନେଟ୍ ଅନୁମୋଦନ କଲା EMS ପର୍ଯ୍ୟାୟ-୩, ୨,୩୯୮ କୋଟିରୁ ଅଧିକ ବଜେଟ୍! ୮୬୬ ଟି ଆମ୍ବୁଲାନ୍ସ ସହିତ ୨୪x୭ ସେବା, ଗର୍ଭବତୀ ମହିଳା, ପିଲା ଓ ଅସୁସ୍ଥମାନେ ମିଳିବେ ସମୟୋଚିତ ଚିକିତ୍ସା ସହାୟତା