ଶାନ୍ତିଲତା କଲେଜରୁ ନିଲାମି କାଠ କୁନେଇ ଅଭିଯୋଗ. କଲେଜ ପକ୍ଷରୁ ଟେଣ୍ତର ପରେ ନିଲାମ କାଠକୁ ଚୋରାକାଠ ଭାବି ଜବତ କଲା ବନବିଭାଗ l
ବାଲେଶ୍ଵର, ୦୬/୧୦ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସଦରବ୍ଲକ ମହକୁମା ହଳଦୀ ପାଳ ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ଯାଳୟରେ ପୁରୁଣା ପରିତ୍ଯକ୍ତ ଶ୍ରେଣୀ ଗୃହ ରୁ ବାହାରିଥିବା ବେବହୃତ ଅଦରକାରି ଦୁର୍ବଳ କାଠକୁ ସରକାରୀ ନିୟମ ଅନୁଯାୟୀ ନିଲାମ କରିବାପାଇଁ କଲେଜଅଧ୍ଯକ୍ଷଙ୍କୁ ଦାଇତ୍ବ ଦିଆଯାଇଥିଲା । ଦାଇତ୍ବ ପାଇବାପରେ କଲେଜ ଅଧ୍ଯକ୍ଷ ଡ.ସୁଶାନ୍ତ ଦେ ଓ କଲେଜ ପରିଚାଳନା କମିଟିର ଅନୁମୋଦନ କ୍ରମେ ଗତ ମାସ ୮ତାରିଖ ୪୧-ଏ ନମ୍ବର ବିଜ୍ଞପ୍ତି ଜାରିକରି କାଠ ଗୁଡିକୁ ନିଲାମପାଇଁ ନୋଟିସ ପ୍ରକାଶ କରିଥିଲେ । ଏହି ନୋଟିସ ପ୍ରକାଶ ପାଇବାପରେ ପ୍ରଦୀପ ଅଣ୍ତିଆ. କାହ୍ନୁଚରଣପତି. ସୁଧନ୍ଯା ବାରିକ. ଟେଣ୍ତର ପାଇଁ ଆବେଦନ କରିଥିଲେ । ଗତ ତା ୧୦।୯ ରିଖରେ ଟେଣ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ପ୍ରଦୀପ ଅଣ୍ତିଆ ସର୍ବୋଚ୍ଚ ୪୫ହଜାର ଟଙ୍କା ବିଟ ଲଗାଇ ନିଲାମି କାଠ ନେଇଥିଲେ । ପ୍ରଦୀପ ଅଣ୍ତିଆ ଗତ ୩୦ ତାରିଖ ଅପରାହ୍ନରେ ୪୫ ହଜାର ଟଙ୍କା ଅଧ୍ଯକ୍ଷଙ୍କୁ ଦେଇଥିଲେ । ଉକ୍ତ ଟଙ୍କାକୁ ଚଳିତ ୧ତାରିଖରେ ମହାବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ ଦେ ମହାବିଦ୍ଯାଳୟ ପକ୍ଷରୁ ମହାବିଦ୍ଯାଳୟ ଏକାଉଣ୍ଟ ବହିରେ ୪୦ ହଜାର ଓ ୫ହଜାର ଦୁଇପର୍ଯ୍ଯାୟରେ ଜମାକରିଥିଲେ । ପ୍ରକାଶ ଥାଉକି ଶାନ୍ତିଲତା ମହାବିଦ୍ଯାଳୟ ରେ ୫୦ବର୍ଷ ପୁର୍ତ୍ତି ଅବସରରେ ଜୁବୁଲି ହେବା ସହିତ ମହା ମହିମ ରାଷ୍ଟ୍ରପତି ଦୌପଦୀ ମୂମୁଁ ଆସିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ଓ କଲେଜ ପାଖ କୋଠରୀ ଗୁଡିକ ଭଗ୍ନାବଶେଷରେ ପଡିରହିଛି ।ସେଗୁଡିକୁ ନବିକରଣ କରିବା ସହିତ କଲେଜ ପଡିଆକୁ ସଫାଶୁତରା ଚାଲିଛି । ତେବେ କଲେଜରୁ ବେବହୃତ କାଠକୁ ଜବତ କରି ଡିଏଫ ଘଟଣାର ତଦନ୍ତ ଚଳାଇଛି ବୋଲି ଚାନ୍ଦିପୁର ରେଞ୍ଜର ଜିତେନ କିସ୍କୁ କହିଛନ୍ତି। ପରିଚାଳନା ପରିଷଦ ସଭାପତି ତଥା ବାଲେଶ୍ବର ଉପ-ଜିଲ୍ଲାପାଳ ଶିବ ମାଲବ୍ୟ ଏ ସମ୍ପର୍କରେ କିଛି ଜାଣିନଥିବ କହିଛନ୍ତି । କଲେଜ ଅଧ୍ଯକ୍ଷ ଶ୍ରୀଦେ କୁହନ୍ତି କୌଣସି ମୂଲ୍ଯବାନ ଗଛ କଟା ଯାଇନାହିଁ ପୁରୁଣା ପରିତକ୍ତ ଶ୍ରେଣୀ ଗୃହରୁ ବାହାରିଥିବା କାଠ ଗୁଡିକୁ ନିଲାମ କରାଯାଉଛି । ହେଲେ କିଛିଲୋକ କଲେଜ ଓ ମୋତେ ବଦନାମକରିବା ପାଇଁ ଯୋଜନା କରି ମିଥ୍ଯା ପ୍ରଚାର କରୁଛନ୍ତି ।