୧୮ ବର୍ଷ ଦେଶସେବା ପରେ ଜନ୍ମମାଟିକୁ ଫେରିଲେ ଅବସରପ୍ରାପ୍ତ ସିଆରପିଏଫ୍ ଯବାନ, ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ସିନାପାଲି, ୦୪/୧୦ ( ପରମେଶ୍ୱର ମେହେର ) : ମାତୃଭୂମିର ସୁରକ୍ଷା ପାଇଁ ଜୀବନର ଦୀର୍ଘ ୧୮ ବର୍ଷ ଉତ୍ସର୍ଗ କରିଥିବା ସିନାପାଲି ବ୍ଲକ ପଲସାପଡା ଗ୍ରାମର କ୍ଷିତୀଶ ଜଗତ ଅବସର ପରେ ଜନ୍ମମାଟିକୁ ଫେରିବା ପରେ ତାଙ୍କୁ ମିଳିଛି ଭବ୍ୟ ସ୍ବାଗତ ଓ ସମ୍ବଦ୍ଧନା। ଅବସରପ୍ରାପ୍ତ ଯବାନଙ୍କ ପ୍ରତି ଗ୍ରାମବାସୀଙ୍କ ଏହି ସମ୍ମାନ ଓ ଭଲପାଇବା ଦେଶପ୍ରେମର ଏକ ଅନନ୍ୟ ଦୃଶ୍ୟ ସୃଷ୍ଟି କରିଥିଲା । ସୁଗ୍ରୀ ଜଗତ ଓ ମାଳତି ଜଗତ ଙ୍କ ପୁତ୍ର କ୍ଷିତୀଶ ଜଗତ ୨୬ ଜୁନ ୨୦୦୮ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ରେ ଯୋଗଦେଇଥିଲୋ ଚାକିରିର ପ୍ରଥମ ପର୍ଯ୍ୟାୟରେ ଜମ୍ମୁ କାଶ୍ମୀରର ଦ୍ରାସ ଅଞ୍ଚଳରେ କର୍ଭବ୍ୟ ସମ୍ପାଦନ କରିଥିଲେ ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ନିଷ୍ଠାର ଦାୟିତ୍ଵ ତୁଲାଇଥିଲୋ ଶେଷରେ ଆସାମର ଲେଖାପାନୀରେ କର୍ତ୍ତବ୍ୟ ସମ୍ପାଦନ କରି ସେ ୩୦ ସେପ୍ଟେମ୍ବର ୨୦୨୬ରେ ଅବସର ଗ୍ରହଣ କରିଥିଲୋ ଅବସର ପରେ କ୍ଷିତୀଶ ନିଜ ଜନ୍ମମାଟିକୁ ଫେରୁଥିବା ଖବର ପ୍ରଚାରିତ ହେବା ପରେ ପଲସାପଡା ଓ ଆଖପାଖ ଅଞ୍ଚଳରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା ସିନାପାଲି ବସଷ୍ଟାଣ୍ଡ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାଁର ପ୍ରମୁଖ ରାସ୍ତା ଦେଇ ପଲସାପଡାରେ ପହଞ୍ଚିଥିଲା। ଢୋଲ, ନିଶାନ, କରତାଳି ଫୁଲମାଳା ଏବଂ ‘ଭାରତ ମାତା କି ଜୟ' ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ଗ୍ରାମବାସୀ ଫୁଲବର୍ଷା କରି ତାଙ୍କୁ ସମ୍ମାନର ସହ ପାଛୋଟି ନେଇଥିଲେ ।ପରେ ଆୟୋଜିତ ସମ୍ବଦ୍ଧନା ସଭାରେ ନୂଆପଡ଼ା ଜିଲ୍ଲା ଏକ୍ସ-ସର୍ଭିସମେନ୍ ସଂଘର ସଭାପତି ନିମାଇ ଚରଣ ତାଣ୍ଡି, ଉପସଭାପତି ପ୍ରଫୁଲ୍ଲ ଦଣ୍ଡସେନା, ସମ୍ପାଦକ ପବିତ୍ର ମାଝୀ, ନୀଳମଣି ନାୟକ, ଗଣେଷରାମ ମେହେର, ଟିକଚନ ଦୀପ, ସରୋଜ କୁମାର ବାରିକ, ପ୍ରଦ୍ୟୁମ୍ନ ବାରିକ, ପରମେଶ୍ଵର ଭୋଇ, ଦିଲୀପ କୁମାର ପାତ୍ରୀ, କ୍ଷୀରସିନ୍ଧୁ ଗହୀରଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି କ୍ଷିତୀଶ ଜଗତଙ୍କୁ ପୁଷୁଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲୋସମ୍ବଦ୍ଧନା । ସମାରୋହରେ ସହପାଠୀ, ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ସମେତ ସହ ଶତାଧୁକ ଗ୍ରାମବାସୀଙ୍କ ଉପସ୍ଥିତି ଉତ୍ସବକୁ ଆହୁରି ଗୌରବମୟ କରିଥିଲା। ଦୀର୍ଘ ୧୮ ବର୍ଷ ଧରି ଦେଶର ସୁରକ୍ଷା ଓ ସେବାରେ ନିୟୋଜିତ ରହିଥିବା କ୍ଷିତୀଶଙ୍କ ପ୍ରତି ଗ୍ରାମବାସୀଙ୍କ ଏହି ସମ୍ମାନ ତାଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତାର ପ୍ରତୀକ ପାଲଟିଥିଲା । ଜନ୍ମମାଟିରେ ମିଳିଥିବା ଏହି ଭବ୍ୟ ସମ୍ବଦ୍ଧନା କେବଳ କ୍ଷିତୀଶଙ୍କ ବ୍ୟକ୍ତିଗତ ଗୌରବ ନୁହେଁ, ବରଂ ପଲସାପଡା ଓ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଗର୍ବର , ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ଆଗାମୀ ପିଢ଼ିକୁ ଦେଶସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ ଅତିଥ୍ ଓ ଗ୍ରାମବାସୀ କହିଥିଲେ।