ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ
ନୂଆପଡ଼ା, ୦୨/୦୯ ( ପରମେଶ୍ୱର ମେହେର ) : ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବିଭାଗ ତରଫରୁ ନିଶା ମୁକ୍ତି ଅଭିଯାନ ଅନୁଷ୍ଠିତ। ଏହି ସଭାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସୁସ୍ଥ ସମାଜ ନିର୍ମାଣ ନିଶା ମୁକ୍ତି ଯୁବପିଢ଼ି ହେବ ଆବଶ୍ୟକ ଅଟେ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଅତିଥି ଭାବରେ ଖଡ଼ିଆଳର ସୁନାମଧନ୍ୟ କ୍ରୀଡ଼ାବିତ ଶ୍ରୀ ଛବିଲାଲ ସାଗର ଯୁବ ଗୋଷ୍ଠୀ ପାଇଁ ନିଶା ମୁକ୍ତ ବାତାବରଣ ସୃଷ୍ଟି କରି ଅଧ୍ୟୟନ ପାରେ ଆତ୍ମରୋଜଗାର ସୃଷ୍ଟି କୁ ଗୁରୁତ୍ୱ ଦେବା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଡ଼ ସରୋଜ କୁମାର ପଣ୍ଡା ସ୍ୱାସ୍ଥ୍ୟ ହିଁ ସମ୍ପଦ ,ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିଶା ମୁକ୍ତି ପଦକ୍ଷେପ ବିଶେଷତଃ ଯୁବ ସମାଜ ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, NCC ଅଧିକାରୀ କ୍ୟାପଟେନ ଡ଼ ବିଷ୍ଣୁ ଦେବ ସିଂ ମଲ୍ଲିକ,ଜାତୀୟ ସେବା ଯୋଜନା (ଯୁଗ୍ମ)ବିଭାଗ ଅଧିକାରୀ ଅଧ୍ୟାପିକା ପ୍ରଣତି ପଣ୍ଡା ,ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ସୁନୀଲ କୁମାର ପାଢୀ, ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ନିଶାମୁକ୍ତ ସୁସ୍ଥ ସମାଜ ପାଇଁ ଶପଥ ପାଠ କରିଥିଲେ । ପରିଶେଷରେ ସମସ୍ତେ ନିକଟସ୍ଥ ମୁକ୍ତାପୁର ଗ୍ରାମକୁ ପଦଯାତ୍ରା କରି ସ୍ଲୋଗାନ ଦ୍ୱାରା ନିଶା ମୁକ୍ତି ସଚେତନତା ସୃଷ୍ଟି ଅଭିଯାନ କରିଥିଲେ