Hot Posts

6/recent/ticker-posts

ଯାଜପୁର ଜିଲ୍ଲା ଏଆଇଟିୟୁସି ର ତୃତୀୟ ସମ୍ମୀଳନୀ ବୈଠକ

ଯାଜପୁର, ୧୪/୧୦ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲାର ହରିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ପରିସର ମଧ୍ୟରେ ଏଆଇଟିୟୁସି ର ତୃତୀୟ ସମ୍ମୀଳନୀ ବୈଠକ କରୁଣା କର ମହାରଣାଙ୍କ ସଭାପତିତ୍ବରେ ଆଜିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କରୁଣା କର ମହାରଣା ପତାକା ଉତ୍ତୋଳନ କରିଥିଲେ। ସମ୍ମୀଳନୀର ମୁଖ୍ୟ ବକ୍ତା ଭାବେ ଏଆଇଟିୟୁସି ର ମୁଖ୍ୟ ରାଜ୍ୟ ସମ୍ପାଦକ ବିଜୟ ଜେନା ଯୋଗଦେଇ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ଶ୍ରମିକ ଭାରତ ନିତି ବିରୋଧରେ ବକ୍ତବ୍ୟ ରଖିଥିଲେ। ନିର୍ମାଣ ଶ୍ରମିକ, ଅଙ୍ଗନୱାଡ଼ି କର୍ମୀ, ପାଚିକା, ଆଶାକର୍ମୀ,ଓ Outsource ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। Comrade ସୁର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ଓ ସମାଧାନ କରିବା ନିମନ୍ତେ ଆଲୋଚନା କରିଥିଲେ। ଜିଲ୍ଲା ସମ୍ପାଦକ ଗଗନ ଜେନା ସମ୍ପାଦକୀୟ ରିପୋର୍ଟ ଆଗତ କରିଥିଲେ।ଏହା ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଭାବେ ଗୃହୀତ ସୋଇଥିଲା। ଉକ୍ତ ସମ୍ମୀଳନୀରେ ଚୈଧୂରି ଜେନା,ରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ଆନନ୍ଦ ଜେନା, ସଚିନ ବେହେରା, ଅଭିଷେକ ଶତପଥି, ଉର୍ମିଳା ମହାନ୍ତି, ଆଲୋକ ମହାନ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ। ସର୍ବଶେଷରେ ଆଗାମୀ ତିନି ବର୍ଷ ପାଇଁ ନୁତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ଥିଲା। ନୁତନ ସଭାପତି କରୁଣାକର ମହାରଣା, ଉପସଭାପତି ଉର୍ମିଳା ମହାନ୍ତି।ଆଲୋକ ମହାନ୍ତି, ସାଧାରଣ ସମ୍ପାଦକ ଗଗନ ଜେନା, ସମ୍ପାଦକ ସଚିନ୍ ବେହେରା, ମାନସୀ ବେହେରା, କୋଷାଧ୍ୟକ୍ଷ ଶିଶିର କୁମାର ମହାରଣା, ସଭ୍ୟ ଅଭିଷେକ ଶତପଥି, ଅଞ୍ଜନା ପଣ୍ଡା, ଭଜହରୀ ବେହେରା, ଗୀତାଞ୍ଜଳି ପରିଡ଼ା, ଗଣେଶ୍ୱର ବରାଳ, ରଂଜତ କୁମାର ବେହେରା, Darpa Narayan Nayak ମାନେ ନିର୍ବାଚିତ ସୋଇଥିଲେ। ସର୍ବ ଶେଷରେ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।