Hot Posts

6/recent/ticker-posts

କେସିଙ୍ଗା ଅବକାରୀଙ୍କ ବଡ଼ ସଫଳତା, ୬୦ ଲିଟର ହାତରନ୍ଧା ମହୁଲି ମଦ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, ୦୫/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କେସିଙ୍ଗା ବ୍ଲକ ଅଧୀନସ୍ଥ ଗୁଣ୍ଡାବନ୍ଧ ଗ୍ରାମପଞ୍ଚାୟତର ଗୁର୍ଜିମୁଣ୍ଡା ଗ୍ରାମ ନିକଟରେ ଚଢ଼ାଉ କରି ଅବକାରୀ ବିଭାଗ ୬୦ ଲିଟର ହାତରନ୍ଧା ମହୁଲି ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେସିଙ୍ଗା ଅବକାରୀ ଉପନିରୀକ୍ଷକ ମଳୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅବକାରୀ ବିଭାଗର ଟିମ୍ ଗୁର୍ଜିମୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହିରୋ ପ୍ରେଣ୍ଡର ବାଇକ୍‌ (ନମ୍ବର- OD 08 Z 4581) କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବାଇକ୍‌ରୁ ୬୦ ଲିଟର ହାତରନ୍ଧା ମହୁଲି ଦେଶୀ ମଦ ଜବତ ହୋଇଥିଲା। ଏହି ଘଟଣାରେ ଉମାଶଙ୍କର ଦୀପ (୧୯) ଓ ପ୍ରତିଭା ଦୀପ (୪୮)ଙ୍କୁ ଗିରଫ କରାଯାଇଥିଲା। ପରେ ରବିବାର ଦିନ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୧୦୫/୨୦୨୬-୨୭ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ଓ ଜବତ ପ୍ରକ୍ରିୟାରେ ଅବକାରୀ ବିଭାଗର ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ, ସିଆରି ହରିଜନ ଓ ମହିଳା କନଷ୍ଟେବଳ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ