ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ ପ୍ରତିଯୋଗିତା, ପ୍ରଥମ ଦିନରେ ୨୦ ଶିକ୍ଷାଜିଲ୍ଲାର ଦଳଙ୍କ ମଧ୍ୟରେ ଲଢ଼େଇ
ସୁବର୍ଣ୍ଣପୁର, ୧୪/୧୦ ( ପରମେଶ୍ୱର ମେହେର ) : ସୁବର୍ଣ୍ଣପୁରଠାରେ ଚାଲିଥିବା ପ୍ରଥମ ଓଡିଶା ରାଜ୍ୟସ୍ତରୀୟ ୧୪ବର୍ଷରୁ କମ ବାଳକ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତାର ପ୍ରଥମ ଦିନର ଖେଳରେ ୨୦ଟି ଶିକ୍ଷାଜିଲ୍ଲାର ଫୁଟବଲ ଦଳ ଗାନ୍ଧୀ ଷ୍ଟାଡିୟମ, ରିଜର୍ଭ ପୋଲିସ ପଡିଆ ଓ ରାମେଶ୍ୱର ଷ୍ଟାଡିୟମ ଖେଳ ପଡିଆରେ ପ୍ରତିପକ୍ଷଙ୍କ ସହ ଖେଳିଛନ୍ତି । ଏହି କ୍ରମରେ ଆଜି ପୁଲ ଏ ରୁ ଭଦ୍ରକ, ନୂଆଁପଡା, ପୁଲ ବି ରୁ ନବରଙ୍ଗପୁର, ସମ୍ବଲପୁର ପୁଲ ସି ରୁ ଝାରସୁଗୁଡା ଓ କେନ୍ଦ୍ରାପଡା ଏବଂ ପୁଲ ଡି ରୁ ଢେଙ୍କାନାଳ, ସୁବର୍ଣ୍ଣପୁର ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଛନ୍ତି । ଠିକ ସେହିପରି, ପୁଲ ଇ ରୁ ଦେବଗଡ଼, ଜଗତସିଂହପୁର ପୁଲ ଏଫ ରୁ ବଲାଙ୍ଗୀର, ମୟୁରଭଞ୍ଜ ପୁଲ ଜି ରୁ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ବିଜୟୀ ହୋଇଛନ୍ତି । ସାନ୍ଧ୍ୟ ଅଧିବେଶନ ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ଵରୀ ଦାଶ ସମେତ ଜିଲ୍ଲାପାଳ ସୁବର୍ଣ୍ଣପୁର ଦେବାଶିଷ ସିଂ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ଜିଲ୍ଲା ଅଗ୍ନିଶମ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ,ତଥା ଜିଲ୍ଲା ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ମଞାସୀନ ହୋଇଥିଲେ ତଥା ବାଳକ ଫୁଟବଲ ତାରକା ମାନଙ୍କୁ ପ୍ରେରଣା ପ୍ରଦ ଉଦବୋଧନ ପ୍ରଦାନ କରିଥିଲେ।