Hot Posts

6/recent/ticker-posts

ନିର୍ବାଚନୀ ପ୍ରଚାର ମଧ୍ୟରେ ସ୍ୱଚ୍ଛତାର ବାର୍ତ୍ତା ବିସିଜେଡି ପ୍ରାର୍ଥୀଙ୍କ ନିଆରା ପଦକ୍ଷେପ

ବିଞ୍ଝାରପୁର, ୧୪/୧୦ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇସ୍ଥିତ ବରୁଣେଶ୍ୱର ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଏହି ପ୍ରଚାର ମଧ୍ୟରେ ବିସିଜେଡି (BCJD) ପ୍ରାର୍ଥୀମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। କେବଳ ଭୋଟ୍‌ ମାଗିବାରେ ସୀମିତ ନରହି କଲେଜ ପରିସରକୁ ସ୍ୱଚ୍ଛ ରଖିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ପ୍ରାର୍ଥୀମାନେ। ପ୍ରାର୍ଥୀମାନେ କଲେଜ ପରିସରର ବିଭିନ୍ନ ସ୍ଥାନ ସଫାସୁତରା କରିବା ସହ ସ୍ୱଚ୍ଛତା ରକ୍ଷା ଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଶିକ୍ଷାନୁଷ୍ଠାନର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି ଏହି ପଦକ୍ଷେପ ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି। ଛାତ୍ର ରାଜନୀତି ସହ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ବିସିଜେଡି ପ୍ରାର୍ଥୀମାନେ ନେଇଥିବା ଏହି ପଦକ୍ଷେପକୁ ନେଇ କଲେଜ ପରିସରରେ ଚର୍ଚ୍ଚା ହେଉଛି। ନିର୍ବାଚନୀ ପ୍ରଚାର ମଧ୍ୟରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବାର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ପ୍ରସାର କରିଛି।