କଳାହାଣ୍ଡି, ୦୫/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟା ଗାଁରେ ବେଆଇନ ମଦ କାରବାରକୁ ନେଇ ତେଜିଛି ଅସନ୍ତୋଷ । ଗାଁରେ ଚାଲିଥିବା ମଦ କୋଠି ଓ କୁଚିଆ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଜୟପାଟଣା ଅବକାରୀ ଓ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଛନ୍ତି । ମଦ ଯୋଗୁଁ ଗାଁରେ ପାରିବାରିକ କଳହ, ମାରପିଟ ଓ ସାମାଜିକ ଅଶାନ୍ତି ବଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟା ଗାଁ। ବେଆଇନ ମଦ କାରବାରକୁ ନେଇ ଏଠାରେ ତେଜିଛି ଅସନ୍ତୋଷ। ଗାଁର ବିଭିନ୍ନ ସ୍ଥାନରେ ମଦ କୋଠି ଓ କୁଚିଆ ମଦ ଆଡ଼ା ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ମଦ୍ୟପାନ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ସହ ପ୍ରତିଦିନ ଝଗଡ଼ା, ଗାଳିଗୁଲଜ ଓ ମାରପିଟ ଭଳି ଘଟଣା ଘଟୁଥିବା ସେମାନେ କହିଛନ୍ତି । ଏପରିକି ଯୁବକ ଓ ଛୋଟ ପିଲାମାନେ ମଧ୍ୟ ନିଶା ପ୍ରତି ଆକୃଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଅଁଲାଭଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଜୟପାଟଣା ଅବକାରୀ ଓ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗାଁରେ ଚାଲିଥିବା ସମସ୍ତ ବେଆଇନ ମଦ କୋଠି ଓ କୁଚିଆ ମଦ କାରବାରକୁ ତୁରନ୍ତ ବନ୍ଦ କରିବା ଦାବିରେ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର ।
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

