ବାଲେଶ୍ଵର , ୨୩/୦୯ ( ପ୍ରଭାକର ମଲ୍ଲିକ ) : ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣର ସଂଗୀନ ଅଭିଯୋଗ ପରେ ବି ଥାନା ଅଧିକାରୀଙ୍କ ନୀରବଦ୍ରଷ୍ଟାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ ? ସ୍ଥାନୀୟ ସାଂସଦ ଙ୍କ ଚାପ ପରେ ପକ୍ସୋ ଆଇନ ରେ ମାମଲା ରୁଜୁ ହୋଇଥିଲେ ମଧ୍ୟ, ଆସାମୀକୁ ଗିରଫ କରୁନି ପୋଲିସ୍। ଏପଟେ ନିଜ ଆଦିବାସୀ ଜାତିର ଶିକ୍ଷକଙ୍କୁ ପୋଲିସ ଅଧିକାରୀ ଅନୁକମ୍ପା ଦେଖାଉ ଥିବାର ସାଧାରଣରେ ଚର୍ଚ୍ଚା ଯୋର୍ ଧରିଛି। ତେବେ ସୂଚନାରୁ ପ୍ରକାଶ ବାଡ଼ ଯେବେ କ୍ଷେତ ଖାଏ, ଗୁହାରି କରିବା କାହାକୁ ? ଯଦି ଥାନା ଅଧିକାରୀ ପୀଡିତାଙ୍କ ପରିବାରକୁ ନ୍ୟାୟ ନଦେଇ ଆସାମୀ କୁ ଡାକି ଚା ପିଇବାକୁ ଦିଅନ୍ତି ତେବେ ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ଆଶା କରିବା କେମିତି। ଏଭଳି ଘଟଣା ସମ୍ପ୍ରତି ବାଲିଆପାଳ ଥାନା ଅଞ୍ଚଳରେ ଲୋକେ ପୋଲିସର ନିରପେକ୍ଷ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି। ମିଳିଥିବା ତଥ୍ୟରୁ ପ୍ରକାଶ ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭୀରାଇ ଗ୍ରାମ ପଞ୍ଚାୟତରେ ଥିବା ବିପିନ ବିହାରୀ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ଦାଖିନ୍ ମୁର୍ମୁ ଗତ ଚଉଦ ତାରିଖ ଗଣେଶ ପୂଜା ଦିନ ଅପରାହ୍ନରେ ସ୍କୁଲର ପୂର୍ବତନ ଛାତ୍ରୀ ଙ୍କୁ ବିଦ୍ୟାଳୟକୁ ଡାକି ଅଫିସ ରୁମ୍ ସଫା କରାଇବା ଆଳରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ କରାଯାଇଥିଲା। ମାତ୍ର ପୋଲିସ ଆସାମୀ କୁ ଥାନାକୁ ପନ୍ଦର ତାରିଖ ଦିନ ଡକା କରାଇ ଥାନା ଅଧିକାରୀ ସାଲଖାନ ମୁର୍ମୁ ଚା 'ପିଇବାକୁ ଦେବା ଘଟଣା ପୋଲିସ ଓ ଆସାମୀଙ୍କ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଦେଇଛି। ଅର୍ଥାତ ଆସାମୀ ବୋଲି କୁହା ଯାଉଥିବା ଦାଖିନ ଓ ଥାନା ଅଧିକାରୀ ସାଲଖାନ୍ ଗୋଟିଏ ଜାତି ଅର୍ଥାତ୍ ଆଦିବାସୀ ହୋଇଥିବା ବେଳେ, ସାଙ୍ଗିଆ ମଧ୍ୟ ମୁର୍ମୁ ଅର୍ଥାତ୍ ସମାନ୍ ଅଟେ। ଲିଖିତ ଅଭିଯୋଗ ଦିଆ ଯିବା ପରେ ଆସାମୀ କୁ ଜେରା ନ କରିବାରୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଥାନା ଅଧିକାରୀ ଓ ପରେ ପରେ ଜିଲ୍ଲା ଏସପି ଙ୍କୁ ଫୋନ କରି ତୁରନ୍ତ ଏତଲା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ୱେ ମଧ୍ୟ ସତର ତାରିଖ ରାତି ଏଗାର ଘଟିକା ରେ ଥାନା ରେ ବି ଏନ ଏସ ର ଧାରା ୭୪ ଏବଂ ପୋସ୍କୋ ଆକ୍ଟ ରେ ମାମଲା ରୁଜୁ କରିଥିଲେ ହେଁ ଆସାମୀ କୁ ଗିରଫ କରୁ ନାହାନ୍ତି। ଥାନାରେ ଚଉଦ ତାରିଖରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଥାନା ଅଧିକାରୀ ସାଲଖାନ ମୁର୍ମୁ ସତର ତାରିଖରେ ଏତଲା ଗ୍ରହଣ କରିଥିବା ଦର୍ଶାଇବା ପଛରେ ରହସ୍ୟ କଣ ବୋଲି ପୀଡିତା ଙ୍କ ମା 'ପ୍ରଶ୍ନ କରିଛନ୍ତି ? ଇତି ମଧ୍ୟରେ ସାତ ଦିନ ବିତି ଯାଇଥିଲେ ମଧ୍ୟ ଥାନା ଅଧିକାରୀ କେବଳ ଦୁଇଜଣ ନାବାଳିକାଙ୍କୁ ଥାନାକୁ ଡାକି ପଚରା ଉଚୁରା କରି କାମ ସାରିଦେଇଛନ୍ତି । ଆସାମୀ ଦାଖିନ୍ ମୁର୍ମୁ କୁ ଫେରାର ହେବା ପାଇଁ ଥାନା ଅଧିକାରୀ ତିନିଦିନ ପରେ ଏତଲା ଗ୍ରହଣ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ଆସାମୀ ସ୍କୁଲ ନ ଆସି କୁଆଡେ ପୋସ୍କୋ ଆକ୍ଟର ଗିରଫଦାରିକୁ ଏଡାଇବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଅସମର୍ଥିତ ସୂତ୍ର ରୁ ପ୍ରକାଶ। ତେବେ ଥାନା ଅଧିକାରୀ ଶ୍ରୀ ମୁର୍ମୁ ଓ ତଦନ୍ତ ଦାୟିତ୍ୱ ରେ ଥିବା ସବ ଇନିସ୍ପେକ୍ଟର ସସ୍ମିତା ପାଲ ଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। ଅପର ପକ୍ଷରେ ପୀଡିତା ଛାତ୍ରୀଙ୍କ ମା 'ଙ୍କ ସମେତ ଗ୍ରାମ ର କିଛି ମହିଳା ଓ ସମାଜସେବୀ ସଂଗ୍ରାମ ବାରିକ ଏସ ପି ଙ୍କ କାର୍ଯ୍ୟାଳୟ କୁ ଆସି ଥାନା ଅଧିକାରୀଙ୍କ ଏଭଳି ନୀତି ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ନ ମିଳିଲେ ସେମାନେ ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ସେପଟେ ଶିକ୍ଷକ ଦାକ୍ଷିନ୍ ମୁର୍ମୁ ଓ ଆଇ ଆଇ ସି ସାଲଖାନ୍ ମୁର୍ମୁ ମିଳିତ ଭାବରେ ଆଦିବାସୀ ଙ୍କ ଅଲଚିକି ଭାଷା ପାଇଁ ସଂଗଠନ ମାଧ୍ୟମରେ ଲଢେଇ କରୁଥିବାର, ଶିକ୍ଷକ ଦାକ୍ଷିନ୍ ମୁର୍ମୁ ପ୍ରକାଶ କରିଛନ୍ତି। ଅର୍ଥାତ୍ ବାଲିଆପାଳ ଆଇ ଆଇ ସି ଓ ଅଭିଯୁକ୍ତ ଶିକ୍ଷକଙ୍କ ମଧ୍ୟରେ ଆଗରୁ ରହିଛି ଘନିଷ୍ଠ ସଂପର୍କ । ସେଥିପାଇଁ ଶିକ୍ଷକ ଦାକ୍ଷିନ୍ ମୁର୍ମୁ ଙ୍କୁ ଅନୁକମ୍ପା ଦେଖାଉଛନ୍ତି ଆଇ ଆଇ ସି ସାଲଖାନ୍ ମୁର୍ମୁ । ତେବେ ତୁରନ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ଯୋର୍ ଧରିଛି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
